Screenshot 2025 02 08 160555 750x430

ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ଵର: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯିବ । କିମ୍ସ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ, ବର୍ତ୍ତମାନ […]

ସଂପୂର୍ଣ୍ଣ ପଢନ୍ତୁ
Vis

ଭିସୁଟର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍‌ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂ (ସିୟୁଏସଏଟି)ରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଟିଆରରେ ବିଏସସି ଇଂଜିନିୟରିଂ (ସିଭିଲ୍‌) ପରେ ପ୍ରଫେସର ସାହୁ (ସିୟୁଏସଏଟି) ରେ ଏମ୍‌.ଟେକ୍ କରିଥିଲେ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Pmmodi

ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ, ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପିକୁ ବହୁମତ ମିଳିଛି। ଦିଲ୍ଲୀ ବିଜୟ ପରେ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିକାଶ ଜିତିଲା, ସୁଶାସନ ଜିତିଲା। ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ। ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ, ଜୀବନଧାରଣ ମାନ ଉଚ୍ଚ କରିବୁ। ଲୋକଙ୍କ ଶକ୍ତି ସର୍ବୋପରି ଶ୍ରେଷ୍ଠ ଶକ୍ତି। ବିକଶିତ ଭାରତ ଗଠନରେ ଦିଲ୍ଲୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ […]

ସଂପୂର୍ଣ୍ଣ ପଢନ୍ତୁ
Ee

ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହର୍ଷି ବ୍ୟାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ପୀଠ ବ୍ୟାସଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ ରୂପେ ପରିଚିତ। ଏହି ସ୍ଥାନରେ ମହର୍ଷି ବ୍ୟାସ ଓ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 750x430

ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

ଭୁବନେଶ୍ୱର: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍ । ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା ସଂଗଠନ ମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ୍ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ
Kumar

ଦିଲ୍ଲୀ ଏବେ କେଜ୍ରିୱାଲଙ୍କଠାରୁ ମୁକ୍ତ: କୁମାର ବିଶ୍ବାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଅରବିନ୍ଦ କେଜ୍ରିୱାଲଙ୍କ ଅନେକ ପୁରୁଣା ସହଯୋଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରସିଦ୍ଧ ହିନ୍ଦୀ କବି ଡକ୍ଟର କୁମାର ବିଶ୍ୱାସ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିକୁ ବିଜୟ ପାଇଁ ଅଭିନନ୍ଦନ। ମୁଁ ଆଶା କରୁଛି ବିଜେପି ଦିଲ୍ଲୀ ଭୋଟରଙ୍କ ଆଶା ଏବଂ ସେମାନଙ୍କ ଆକାଂକ୍ଷା ପୂରଣ କରିବ। ସେ ଆହୁରି କହିଛନ୍ତି, ‘ଯେତେବେଳେ ଆମେ ଜଙ୍ଗପୁରାରୁ […]

ସଂପୂର୍ଣ୍ଣ ପଢନ୍ତୁ
Bjp Won

୪୮ ଆସନ ସହିତ ଦିଲ୍ଲୀ ଦଖଲ କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ଦଖଲ କରିଛି ବିଜେପି। ବହୁବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ଏକପ୍ରକାର ସ୍ଥିର ହୋଇଛି। ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ଶନିବାର ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଛି। ବିଗତ ୧୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ୨୨ ଆସନରେ ଅଟକିବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Pxi9hxlnd2f5mhdpwy2i

୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ |  କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ବ୍ଲକ ହେଡକ୍ଵାର୍ଟର କିମ୍ବା ୫ କିମି ଭିତରେ ଷ୍ଟାଡିୟମ ତିଆରି ହେବ | ୧୨ ଏକରରୁ ୧୫ ଏକର ସରକାରୀ ଜମି କିମ୍ବା ଆବଶ୍ୟକ ହେଲେ ପ୍ରାଇଭେଟ ଜମିକୁ ନେବେ ସରକାର […]

ସଂପୂର୍ଣ୍ଣ ପଢନ୍ତୁ
Traf

ଭାରତ-ଇଂଲଣ୍ଡ ମ୍ୟାଚ୍: କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା

କଟକ: ବାରବାଟୀରେ ଆସନ୍ତାକାଲି ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍। କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଶନିବାର ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ। ହାୱାଡାମୋଟର୍ସ […]

ସଂପୂର୍ଣ୍ଣ ପଢନ୍ତୁ
Mo

ବଦଳିବ ମୋ ବସ ନାମ, ହେବ ‘ଆମ ବସ’, ବସ୍‌ର ଆଗରେ ଓ ପଛରେ ଲାଗିବ କ୍ୟାମେରା

ଭୁବନେଶ୍ବର: ବଦଳିବ ମୋ ବସ ନାମ । ମୋ ବସ ବଦଳରେ ହେବ ‘ଆମ ବସ’ । ଭୁବନେଶ୍ବର ‌ସମେତ କଟକ, ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ବଦଳିବ । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । କାରଣ ‘ମୋ ବସ୍‌’ ଏକ ଅହଂକାର ଶବ୍ଦ କୁ ବୁଝାଉଛି, ତେଣୁ ଏହାକୁ ‘ଆମ ବସ୍‌’ କରାଯିବ । ଏହା ସହ […]

ସଂପୂର୍ଣ୍ଣ ପଢନ୍ତୁ