କଟକ ସଦର : କଟକ ସଦର ଅଧୀନସ୍ଥ ବାରଦା ପଞ୍ଚାୟତର ବରିମୁଣ୍ଡା ଠାରେ ମା’ ମଙ୍ଗଳାଙ୍କ ୩୮ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଉତ୍ସବ ଅବସରରେ ବିଭିନ୍ନ ଦିନରେ ମା’ଙ୍କର ପୂଜା, କଳସ ସ୍ଥାପନ, ଗ୍ରାମ ପରିକ୍ରମା, ଭଜନ-କୀର୍ତ୍ତନ, ଦୀପଦାନ, ସନ୍ଧିପୂଜା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାନବମୀ ଅବସରରେ ସନ୍ଧିପୂଜା ପରେ ଆନନ୍ଦ ବଜାର ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ମା’ଙ୍କର ଦଶମୀ ପୂଜା ପରେ ବିସର୍ଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଏହି ଉତ୍ସବରେ ସମ୍ପାଦକ ଅଧ୍ୟାପକ ବ୍ୟାଙ୍ଗକବି ପ୍ରତାପ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ପରିଚାଳନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପରିଚାଳନାରେ ଅଶୋକ କୁମାର ସାହୁ, ନିରରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ସାହୁ, ଜୟଦେବ ସାହୁ, ସନାତନ ବେହେରା, ସୁଧୀର ବରିଡ଼ା, ଲକ୍ଷ୍ମୀଧର ବେହେରା, ବଂଶୀଧର ମହାପାତ୍ର, ଯୋଗବନ୍ଧୁ ସେଠୀ, ହରେକୃଷ୍ଣ ସାହୁ, ସରୋଜକାନ୍ତ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, କରୁଣାକର ସାହୁ, ଜ୍ୟୋତିରଞ୍ଜନ ସାହୁ,ରମେଶ ଚନ୍ଦ୍ର ସାହୁ,ଭଗବାନ ପୃଷ୍ଟି, ପ୍ରବୀଣ ଦାସ, ପ୍ରଦୀପ କୁମାର ସାହୁ, ଅଜୁନ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।
ଏଥିସହ ବରିମୁଣ୍ଡା ଗ୍ରାମବାସୀ ଓ ବ୍ରାହ୍ମଣମାନେ ଉତ୍ସବର ବିଭିନ୍ନ ନୀତିକାନ୍ତିରେ ସହଯୋଗ କରିଥିଲେ। ପୂଜା କାର୍ଯ୍ୟ ରେ ଦିଲୀପ କୁମାର ମିଶ୍ର ଓ ଦେବ ପ୍ରସାଦ ମିଶ୍ର ଏବଂ ନିତ୍ୟ ପୂଜକ ଭାବେ ଅଶୋକ କୁମାର ପଣ୍ଡା ଦାୟିତ୍ୱ ତୁଲାଇଥିଲେ। ଉତ୍ସବରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଗ୍ରାମବାସୀ ଓ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଉତ୍ସବଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା
