Vigilance

୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ

ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀଙ୍କ ଲିଖିତ ତଥ୍ୟ ଅନୁସାରେ, ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଛନ୍ତି । ୧୨୦ […]

ସଂପୂର୍ଣ୍ଣ ପଢନ୍ତୁ
Mp

ବଢିଲା ସାଂସଦଙ୍କ ଦରମା ଓ ଭତ୍ତା

ନୂଆଦଲ୍ଲୀ : ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା ଅଛି, ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ପେନସନ ମାସିକ ୨୫ ହଜାର ଟଙ୍କାରୁ ୩୦ […]

ସଂପୂର୍ଣ୍ଣ ପଢନ୍ତୁ
Pres

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟରରେ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ସିଧାସଳଖ ନୟାଗଡ଼ ଜିଲ୍ଲାର କାଣ୍ଟିଲୋ ଯାଇଛନ୍ତି। ସେ ମନ୍ଦିରରେ ପ୍ରାୟ ୨୦ ମିନିଟ୍ ବିତାଇବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, କଣ୍ଟିଲୋ […]

ସଂପୂର୍ଣ୍ଣ ପଢନ୍ତୁ
Kalabaisakhi Rain

କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ

ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା ।  କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ।  ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ ।  ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ । ତେବେ କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢିବ ତାତି । ପୁଣି ୪୦ ଡିଗ୍ରୀ ! ଟପିବ ତାପମାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ
Ud

ଯିଏ ବିଶ୍ବାସଘାତକ ସିଏ ବିଶ୍ବାସଘାତକ.. କୁନାଲ କିଛି ଭୁଲ କରିନାହାନ୍ତି : ଉଦ୍ଧବ

ମୁମ୍ବାଇ: ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ ଗୀତଟି ଶୁଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇ ଦିଅନ୍ତୁ। ଉଦ୍ଧବ କହିଛନ୍ତି ଯେ ଏହି ଆକ୍ରମଣ ସହିତ ଶିବସେନାର କୌଣସି ସମ୍ପର୍କ ନାହିଁ। ଯେଉଁମାନଙ୍କ ରକ୍ତରେ ‘ଦେଶଦ୍ରୋହ’ ଅଛି, ସେମାନେ କେବେ ଶିବସୈନିକ ହୋଇପାରିବେ […]

ସଂପୂର୍ଣ୍ଣ ପଢନ୍ତୁ
Internet 750x430

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍ ସେବା ନାହିଁ । ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ ଟି ପଞ୍ଚାୟତରେ ଟାୱାର୍ […]

ସଂପୂର୍ଣ୍ଣ ପଢନ୍ତୁ
Kanduri Jeja 1

ପଞ୍ଚଭୂତରେ ଲୀନ ହେଲେ ଅୟେଶକାନ୍ତ, ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସଂପନ୍ନ

ପୁରୀ : ପଞ୍ଚଭୂତରେ ଲୀନ ହେଲା କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟେଶକାନ୍ତ ସ୍ବାଇଁଙ୍କ ମରଶରୀର  ।  ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବଶର ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।  ଅୟେଶକାନ୍ତଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।  ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ ପରିବାର ଲୋକ, ସଂପର୍କୀୟ ଓ ଶୁଭେଚ୍ଛୁ ।  ଆଜି ମରଶରୀରକୁ ପୁରୀ ମେଡିକାଲରୁ ସ୍ବର୍ଗଦ୍ବାରକୁ ନିଆଯାଇଥିଲା । କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଉପସ୍ଥିତ ରହିବା ସହ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Police Commissionerate E16709063

କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି। ‘ବାଇ-ଲ’ ଅନୁସାରେ ଅପରାଧ […]

ସଂପୂର୍ଣ୍ଣ ପଢନ୍ତୁ
11418539 Eb9b 48f7 B8d0 4969d8146f2b

କୁରାଢ଼ରେ ପଦ୍ମଶ୍ରୀ ବାବା ବଳିଆଙ୍କ ଦିବ୍ୟ ସତସଙ୍ଗ ଓ ପଞ୍ଚ ମହାଯଜ୍ଞ

ଜଗତସିଂହପୁର/ ଝଙ୍କଡ଼ : ପରମପୂଜ୍ୟ , ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ଙ୍କ ଶୁଭପଦାର୍ପଣ ଉପଲକ୍ଷେ, ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର , କୋଷ୍ଠି ମଲ୍ଲିକାପୁର ଅନ୍ତର୍ଗତ, କୁରାଢ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ପୀଠସ୍ଥଳିରେ, ଦିବ୍ୟ ସତସଙ୍ଗ ଓ ନାମଯଜ୍ଞ, ଦୀପଯଜ୍ଞ, ଘୃତ ଯଜ୍ଞ , ଅନ୍ନଯଜ୍ଞ ସହିତ ଜ୍ଞାନଯଜ୍ଞ ଆଦି ପଞ୍ଚ ମହାଯଜ୍ଞ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ […]

ସଂପୂର୍ଣ୍ଣ ପଢନ୍ତୁ
A6a6edb3 F8c4 4c1a Af6c 2324f35fc2e1

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

କଟକ : କଟକ ସଦର ବାରଦା ଉପକଣ୍ଠ ମା’ ଅମ୍ବିକେଶ୍ୱରୀଙ୍କ ପ୍ରାଙ୍ଗଣରେ ପଖାଳ ଦିବସ ଅବସରରେ ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଉପଦେଷ୍ଟା ନାରାୟଣ ଚନ୍ଦ୍ର ସିହ୍ନାଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ମହାପ୍ରଭୁଙ୍କର ଅବତାରୁ ପ୍ରସ୍ତୁତ ଟଙ୍କ ତୋରାଣି ମଂଚର ସଦସ୍ୟ ମାନେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ । ଉକ୍ତ ସଭାରେ ଅରକ୍ଷିତ ଦଳାଇ,କ୍ଷେତ୍ରବାସୀ ପରିଡ଼ା,ଉମେଶ ଚନ୍ଦ୍ର ଦାସ,ଫକୀର ଦାସ,ଲୋକନାଥ ସାହୁ,ମାଧବ ସାହୁ,ଦିଲ୍ଲୀପ […]

ସଂପୂର୍ଣ୍ଣ ପଢନ୍ତୁ