Virat Kohli India Celebrates 50t

ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ: କୋହଲି

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ରେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ଆଧିପତ୍ୟ ଜାହିର କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି। ଦୁବାଇରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା ଭାରତ। ଭାରତୀୟ ଦଳର ଭବିଷ୍ୟତ ସମ୍ପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଦଳରେ ବହୁତ ଯୁବ ଓ ଦକ୍ଷ ଖେଳାଳି ଅଛନ୍ତି। ତେଣୁ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ବିଶ୍ବକପ୍‌ରେ ଭାରତୀୟ ଦଳର ଆଧିପତ୍ୟ ରହିବ। […]

ସଂପୂର୍ଣ୍ଣ ପଢନ୍ତୁ
Dmk Naveen2 750x430

ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ

ଆସନ୍ତା ୨୨ରେ ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ । ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ ସାଂସଦ ଦୟାନିଧି ମାରାନ ଓ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଡିଲିମିଟେସନ ବା ସଂସଦୀୟ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ […]

ସଂପୂର୍ଣ୍ଣ ପଢନ୍ତୁ
Newproject 2025 03 03t143709 613

ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ

ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ । କ୍ରାଇମବ୍ରାଞ୍ଚ, EOW ଓ ଏସ୍‌ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ଚାଲିଛି ରେଡ୍ । ସେପଟେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ରହିଛି ଶୁଣାଣି । ଅନ୍ୟପଟେ ଅନ୍ତରୀଣ ସୁରକ୍ଷା ହଟାଇବାକୁ ପ୍ରମାଣପତ୍ର ଦାଖଲ କରିବ EOW । ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା […]

ସଂପୂର୍ଣ୍ଣ ପଢନ୍ତୁ
6d9fab0d 7eee 43a7 9cc8 6bde012bb4d0

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଦ୍ଧନା

କଟକ : ନୃତ୍ୟ,ସଙ୍ଗୀତ,ବାଦ୍ୟ,ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ୍ ଏକାଡ଼େମୀ ବ୍ରାହ୍ମଣଝରିଲୋ ଫୁଲନଖରା ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୁହରି ମହତାବଙ୍କୁ ତାଙ୍କ ବସଭବନରେ ଭେଟି ସମ୍ବର୍ଧନା ପ୍ରଦାନ କରଯାଇଛି । ଗ୍ରାମାଞ୍ଚଳରେ ଶିଶୁ ମାନଙ୍କ  କଳା ପ୍ରତିଭାର ବିକାଶ ନେଇ ଏକାଡେମୀ ପକ୍ଷରୁ ଏପରି ପ୍ରୟାସକୁ ସାଂସଦ ପ୍ରଶଂସା କରିଥିଲେ । ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଆରାଧ୍ୟା କଲଚରାଲ୍ ଏକାଡ଼େମୀର ପରିଚାଳନ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର,ଉପଦେଷ୍ଟା ସମାଜସେବୀ ପ୍ରତାପ କେଶରୀ ପାତ୍ର,ସଂଯୋଜକ […]

ସଂପୂର୍ଣ୍ଣ ପଢନ୍ତୁ
Ipl

ଆଇପିଏଲରେ ତମାଖୁ ଓ ମାଦକଦ୍ରବ୍ୟ ବିଜ୍ଞାପନ ନିଷେଧ

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ପ୍ରସାରିତ ହେବ ନାହିଁ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ନିର୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ ଅତୁଲ ଗୋଏଲ ଏ ସଂକ୍ରାନ୍ତରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲଙ୍କୁ ଚିଠି ଲେଖି ନିର୍ଦେଶନାମା ଜାରି କରିଛନ୍ତି। ଅତୁଲ ଲେଖିଛନ୍ତି, କ୍ରିକେଟ ଖେଳାଳିମାନେ ଭାରତୀୟ ଯୁବଗୋଷ୍ଠୀଙ୍କ ପାଇଁ ରୋଲ ମଡେଲ। ସେମାନେ […]

ସଂପୂର୍ଣ୍ଣ ପଢନ୍ତୁ
Assembly 750x430

ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ତଥ୍ୟ ଚିନ୍ତାଜନକ ବୋଲି ଜଣାପଡିଛି। ରାଜ୍ୟ ବିଧାନସଭାରେ ସୋମବାର ଦିନ ଉପସ୍ଥାପିତ ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ସାରା ରାଜ୍ୟରେ ମୋଟ ୩୭୩୮ […]

ସଂପୂର୍ଣ୍ଣ ପଢନ୍ତୁ
Ran

ଅଧିକାରୀମାନେ ମୋ‌ତେ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯାତନା ଦେଇଛନ୍ତି

ନୂଆଦିଲ୍ଲୀ: ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ସୋମବାର ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାଣ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ କହିଥିଲେ,‘ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀମା‌ନେ ମୋତେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା […]

ସଂପୂର୍ଣ୍ଣ ପଢନ୍ତୁ
Img 20250310 Wa0019 E17416085744

ହୋଲି ସମୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି।ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର […]

ସଂପୂର୍ଣ୍ଣ ପଢନ୍ତୁ
11lalit Modi 1 300x191

ଲଳିତ ମୋଦୀଙ୍କ ନାଗରିକତା ରଦ୍ଦ କଲା ଭାନୁଆଟୁ

ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ଲଳିତ ମୋଦୀଙ୍କୁ ଦିଆଯାଇଥିବା ନାଗରିକତା ବାତିଲ କରିବାକୁ ଭାନୁଆଟୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ମାମଲାରେ ସେ ଭାରତରେ ୱାଣ୍ଟେଡ୍ ଅଛନ୍ତି। ପ୍ରଶାନ୍ତ ମହାସାଗରର ୮୦ରୁ ଅଧିକ ଦ୍ୱୀପକୁ ନେଇ ଗଠିତ ଦ୍ୱୀପରାଷ୍ଟ୍ର ଭାନୁଆତୁର ନାଗରିକତ୍ୱ ଲଳିତ ମୋଦୀ ପାଇଛନ୍ତି ବୋଲି ଭାରତ ସରକାର ନିଶ୍ଚିତ କରିବାର ତିନି ଦିନ ପରେ ଏହି ନିର୍ଦ୍ଦେଶ ଆସିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପୂର୍ବତନ ମୁଖ୍ୟ ମୋଦୀ ବିଶ୍ୱର ସବୁଠାରୁ […]

ସଂପୂର୍ଣ୍ଣ ପଢନ୍ତୁ
Nqmlqvnhcajdorgiclkv

ଶରୀରର ଅତ୍ୟଧିକ ଓଜନ ମହିଳାଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କଲା

ନୂଆଦିଲ୍ଲୀ: ସୁସ୍ଥ ଓ ନିରୋଗ ଜୀବନଯାପନ କରିବାକୁ ସର୍ବଦା ଡାକ୍ତରମାନେ ପରାମର୍ଶ ଦେଇ ଆସିଛନ୍ତି। ଶରୀରର ଓଜନକୁ ନିୟନ୍ତ୍ରଣରେ ରଖି ପାରିଲେ ଏକ ସୁସ୍ଥ ଜୀବନ ବଞ୍ଚି ପାରିବା। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଯାହା ଯେତେବେଳେ ମିଳିଲା ଆମେ ଖାଇଲେ। ଯେତେବେଳେ ପାରିଲେ ଶୋଇ ପଡ଼ିଲେ। ଏହାଦ୍ବାରା ଶରୀରରେ ମେଦବହୁଳ ସମସ୍ୟା ଦେଖା ଦେଇଥାଏ। ତେବେ ଏହି ମେଦବହୁଳକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶରୀର ଅତ୍ୟଧିକ ଓଜନ ହେତୁ ଜଣେ ମହିଳା ଜେଲରୁ […]

ସଂପୂର୍ଣ୍ଣ ପଢନ୍ତୁ