Drowning 750x430

୩ ବର୍ଷ ଭିତରେ ପାଣିରେ ବୁଡି ଗଲାଣି ୨ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଗତ ତିନି ବର୍ଷ ଭିତରେ ବୁଡ଼ି କରି ଗଲାଣି ୨୦୬୪ ଜଣଙ୍କର ମୃତ୍ୟୁ । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ବୁଡ଼ି ୨୦୬୪ ମୃତ୍ୟୁ ହୋଇଛି । ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତଥ୍ୟ ଅନୁଯାୟୀ, ନଦୀ, ସମୁଦ୍ର ଏବଂ ପୋଖରୀ ସମେତ ଜଳଭଣ୍ଡାରରେ ଗତ ତିନି […]

ସଂପୂର୍ଣ୍ଣ ପଢନ୍ତୁ
Heat

୧୩ ଓ ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ପଶ୍ଚିମ […]

ସଂପୂର୍ଣ୍ଣ ପଢନ୍ତୁ
Fake Medicine 750x430

ରାଜ୍ୟରେ ବଢୁଛି ନକଲି ଔଷଧ କାରବାର: ଧରାପଡିଲେଣି ୪ ସଂସ୍ଥା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ […]

ସଂପୂର୍ଣ୍ଣ ପଢନ୍ତୁ
Medical 1

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର, ଜଣେ ଭୁବନେଶ୍ବର ସ୍ଥାନାନ୍ତର

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର । ନୟାଗଡ ଜିଲ୍ଲା ନୂଆଗାଁ ଥାନା ହିରାଦେଇପୁରରେ ଏହି ଅଘଟଣ ଘଟିଛି। ଜଣେ ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ଯ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର ଅମୀୟ ନାୟକ ଓ ହିରାଦେଇପୁର ଗାଁର ସୁବଳ । ଉଭୟ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି । ଅମୀୟ ହିରାଦେଇପୁର ଗାଁର ଶଡୁ ଘରକୁ ବାଣ ଧରି […]

ସଂପୂର୍ଣ୍ଣ ପଢନ୍ତୁ
Maoist K0sb 621x414@livemint

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ସ୍ଥିତ ପୋଲିସ ମୁଖ୍ୟାଳୟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏସଡିକେ ଡେପୁଟି କମାଣ୍ଡର ଦିଲୀପ । ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଏବଂ ବରଗଡ଼ ଏରିଆ କମିଟି ସଦସ୍ୟ ସୁନିତା । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ଅନେକ ମାଓବାଦୀ ହିଂସାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଜେଣ କମାଣ୍ଡର ରହିଥିଲା […]

ସଂପୂର୍ଣ୍ଣ ପଢନ୍ତୁ
Congress Rally

ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ

ଖୋର୍ଦ୍ଧା : ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ ।  ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳହ୍କ ଅଫିସ ଘେରାଉ କରାଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସାମିଲ ହୋଇଥିଲେ । ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରୁ ଏକ ବିଶାଳ ରାଲିରେ ବାହାରି କଂଗ୍ରେସ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।  ସେଠାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ
Tan

୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

ଆରା: ବିହାରର ଆରାରେ ଥିବା ତନିସ୍କ ଶୋ’ରୁମକୁ ଟାର୍ଗେଟ କରିଛନ୍ତି ଡକାୟତ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ’ରୁମ୍ ରେ ଡକାୟତମାନେ ପଶି ସୋ’ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି। ଆଇନ ପ୍ରତି ଏହି ଅପରାଧୀମାନେ ଏତେ ବେପରୁଆ ଥିଲେ ଯେ କେହି ମୁହଁ ଲୁଚାଇବାକୁ ଚେଷ୍ଟା କରିନଥିଲେ କି ଘଟଣା ସମୟରେ କାହାକୁ ଡରୁନଥିଲେ। ଏପରିକି […]

ସଂପୂର୍ଣ୍ଣ ପଢନ୍ତୁ
Assembly 750x375 1

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବା ନେଇ ଆଜି ଗୃହରେ ଚାଲିଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । […]

ସଂପୂର୍ଣ୍ଣ ପଢନ୍ତୁ
Asha Karmi Bbsr

ଗର୍ଜିଲେ ଆଶା କର୍ମୀ, ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ ଆଶା କର୍ମୀ ।  ୧୮ ଦଫା ଦାବିରେ ଆଶାକର୍ମୀଙ୍କ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ୧୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ
Arrq

୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, […]

ସଂପୂର୍ଣ୍ଣ ପଢନ୍ତୁ