Cm Q 1

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ

ଭୁବନେଶ୍ୱର : ଆଜି ଲୋକସେବା ଭବନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ । ଏହି ବୈଠକରେ ସ୍ପେନ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।  ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ରିନିୱେବଲ୍ ଏନର୍ଜି, ମେଟାଲର୍ଜି, ବୟନଶିଳ୍ପ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
E4550bd6 03c9 4f6d 9aa8 C54adee814e7

ଦଳିତ ତେଲଗୁ ମହାସଂଘ ପକ୍ଷରୁ ସାରଳା ହାଟରେ ସାରଳା ମେଳା

ଜଗତସିଂହପୁର/ ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଳା ହାଟ ରେ, ମା ସାରଳା ଦଳିତ ତେଲଗୁ ମହାସଂଘ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ, ଗତ ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଓଡ଼ିଆ ନବବର୍ଷ ଠାରୁ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏଥି ନିମନ୍ତେ ବସନ୍ତ ବଗିଚାରେ ମହାସଂଘ ର […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 (1)

ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର ; ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି  […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 19 163259 750

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲାର ମାନେଶ୍ୱରର ଅତିରିକ୍ତ ତହସିଲଦାର। ଚାଷ ଜମିର କିଷମ ପରିବର୍ତ୍ତନ କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ମାଡିବସିଲା। ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଓଡ଼ିଶା ଭିଜିଲାନ୍ସ ଆଜି ସମ୍ବଲପୁର ଜିଲାର ମାନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଗିରଫ କରିଛି। ଓଡ଼ିଶା ରାଜସ୍ୱ ସେବା (ORS)ର ଅଧିକାରୀ ଭୁବନାନନ୍ଦ ସାହୁ। ଅଭିଯୋଗକାରୀଙ୍କ କୃଷି ଜମିକୁ ଅଣ-କୃଷି (ଘର) ଉଦ୍ଦେଶ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Lyfcna09n1cjjtbdeqer

ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା କୋଠା, ୧୧ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର (୧୯ ଏପ୍ରିଲ) ପ୍ରତ୍ୟୁଷରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। କୋଠା ଭୁଶୁଡ଼ିବା ସମ୍ପର୍କରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମସିଡି ମେୟର ମହେଶ ଖିଚି […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 19 164435 750

ଟ୍ୱିନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ। ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍‌ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍‌ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍‌ ଏରିଆ। ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା। […]

ସଂପୂର୍ଣ୍ଣ ପଢନ୍ତୁ
Erw

ନକ୍ସଲମୁକ୍ତ ପଞ୍ଚାୟତକୁ କୋଟିଏ ଟଙ୍କାର ସହାୟତା ଦେବେ ସରକାର

ମାଲକାନଗିରି: ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନରେ ନୂତନ ନିୟମ ପ୍ରଣୟନ କରିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ସହ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ ହେବ ସେହି ପଞ୍ଚାୟତକୁ ସରକାର ଏକ କୋଟି ଟଂକାର ସହାୟତା କରିବେ। ଏହି କ୍ରମରେ ଛତିଶଗଡର ସୁକମା ଜିଲ୍ଲାର ବଡେସେଟି ଗ୍ରାମ ପଞ୍ଚାୟତ ପ୍ରଥମ କରି ନକ୍ସଲ ମୁକ୍ତ ହୋଇଛି। ଏହି ପଞ୍ଚାୟତର ୧୧ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 19 162451 750

ବେଆଇନ ସେବାଶ୍ରମ ଉପରେ ପୋଲିସର ଚଢ଼ାଉ

ଯାଜପୁର: ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏହି ଆଶ୍ରମରେ ଦୀର୍ଘଦିନ ଧରି ପାଖାପାଖି ୩୪ଜଣ ପିଲାଙ୍କୁ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ପିଲାଙ୍କ ସୁରକ୍ଷା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 19 152523 750

୨୪ରେ ମିଳିବ ‘ସୁଭଦ୍ରା’ର ଷଷ୍ଠ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା। ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର। ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା। ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ। ପୁରୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହି ଟଙ୍କା ପ୍ରଦାନ କରାଯିବ। ପଞ୍ଚାୟତିରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ […]

ସଂପୂର୍ଣ୍ଣ ପଢନ୍ତୁ
Go4531w8aarwve 686562

ବଲାଙ୍ଗୀର ଜିଲ୍ଲାକୁ ଦାଦନରୁ ମୁକ୍ତି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି। ଡବଲ ଇଞ୍ଜିନ ସରକାରରେ ବଲାଙ୍ଗୀର ପ୍ରାଥମିକତାରେ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ କହିଛନ୍ତି। ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଏବଂ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଲୋକଙ୍କୁ ମୌଳିକ ସୁବିଧା ସହ କୃଷି, ସ୍ୱାସ୍ଥ୍ୟସେବା, ଶକ୍ତି, ରେଳ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ବଲାଙ୍ଗୀର ଜିଲ୍ଲାକୁ ଦାଦନରୁ ମୁକ୍ତି କରିବା […]

ସଂପୂର୍ଣ୍ଣ ପଢନ୍ତୁ