Screenshot 2025 04 19 150924 750

ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଆସିଲେନି ହେଭିୱେଟ୍‌!

ଭୁବନେଶ୍ୱର: ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ କିଛି ହେଭିୱେଟ ନେତା। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ। ସେହିପରି ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶିଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲେ। ସନାତନ ମହାକୁଡ଼, ସୁଲତା ଦେଓ, ସସ୍ମିତ ପାତ୍ରଙ୍କ ମଧ୍ୟ ଦେଖାମିଳିନି। କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ସେମାନେ ଅନୁପସ୍ଥିତ ଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Frud 1

ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକିବା ଘଟଣା, ଅଭିଯୁକ୍ତକୁ ରାଜସ୍ଥାନରରୁ ଆଣିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା ।  ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି । ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର […]

ସଂପୂର୍ଣ୍ଣ ପଢନ୍ତୁ
Aa1ddapw

ହଜ୍ କୋଟା: ଭାରତ ପାଇଁ ୧୦ ଓ ପାକିସ୍ତାନ ପାଇଁ ୨୪ ହଜାର

ଚଳିତ ବର୍ଷ ଭାରତକୁ ୧.୭ ଲକ୍ଷ ହଜ୍ ଯାତ୍ରୀଙ୍କ କୋଟା ମିଳିଛି, ଯେଉଁଥିରୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ୧ ଲକ୍ଷ ୨୨ ହଜାର ୫୧୮ ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ପଡିବ ଏବଂ ଘରୋଇ ପରିଚାଳକମାନେ ୫୨ ହଜାର ୫୦୭ ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବେ। ଗୋଟିଏ ପଟେ ସାଉଦି ଆରବ ଘରୋଇ ହଜ୍ ଯୋଜନାରେ ଭାରତୀୟ ମୁସଲମାନଙ୍କ କୋଟା ୮୦% ହ୍ରାସ କରିଥିବା ବେଳେ ଏବେ ମାତ୍ର ୧୦ ହଜାର ତୀର୍ଥଯାତ୍ରାରେ ଯାଇପାରିବେ। ଅନ୍ୟପକ୍ଷରେ ପାଖାପାଖି […]

ସଂପୂର୍ଣ୍ଣ ପଢନ୍ତୁ
Mus

ଭାରତ ଆସିବେ ଏଲନ ମସ୍କ୍, ଏକ୍ସରେ ଦେଲେ ସୂଚନା

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ପରେ, ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ବିଷୟ ଘୋଷଣା କରିଛନ୍ତି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। […]

ସଂପୂର୍ଣ୍ଣ ପଢନ୍ତୁ
Pre

୬ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ରାୟଗଡ଼ା : ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି ।  ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ଦୀର୍ଘ ସମୟ ଧରି ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରୁଛି ଶିଶୁ କଲ୍ଯାଣ କମିଟି। […]

ସଂପୂର୍ଣ୍ଣ ପଢନ୍ତୁ
Nav

ଫଲ୍ସ ନ୍ୟାରେଟିଭ ପାଇଁ ହାରିଲା ବିଜେଡି, ଓଡ଼ିଶାର ହକ୍ ପାଇଁ ଜାରି ରହିବ ଲଢେଇ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବମ ଥର ବିଜେଡି ସଭାପତି ହେବା ପରେ ଆସିଲା ନବୀନଙ୍କ ପ୍ରତିକ୍ରିୟା। ବିଜେଡ଼ି ସଭାପତି ହେବାପରେ ନବୀନ ଜୟ ଜଗନ୍ନାଥ କହି ନିଜ ଉଦବୋଧନ ଆରମ୍ଭ କରିଥିଲେ। ଆପଣଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣି ବୋଲି କହିଥିଲେ। ସେ ଆହୁରି କହିଛନ୍ତି, ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ ପାଇଁ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି। ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି। ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍।‌ ନୀତି […]

ସଂପୂର୍ଣ୍ଣ ପଢନ୍ତୁ
Bang

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରଏଙ୍କୁ ହତ୍ୟା କରାଯାଇଛି। ଭବେଶଙ୍କୁ ଅପହରଣ କରାଯିବା ପରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ଼ ନିନ୍ଦା କରିଛି ଭାରତ। ଏହା ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର ଏକ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା ବୋଲି ଭାରତ କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀନ ଜୟସଓ୍ବାଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭବେଶଙ୍କ ଅପହରଣ ଏବଂ ନିର୍ମମ ହତ୍ୟାରେ ଆମେ […]

ସଂପୂର୍ଣ୍ଣ ପଢନ୍ତୁ
Thumb 72

ରେଳ ଲାଇନ ନିର୍ମାଣକୁ ବିରୋଧ: ଗ୍ରାମବାସୀ- ପୋଲିସ ମଧ୍ଯରେ ଖଣ୍ଡଯୁଦ୍ଧ, ଜଣେ ମୃତ

ରାଉରକେଲା: ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣେ ମୃତ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ପୋଲିସ- ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡପ୍ରଳୟ ଦେଖା ଦେଇଛି । ରେଳଲାଇନ ନିର୍ମାଣକୁ ବାରମ୍ବାର ବିରୋଧ କରିଆସୁଥିଲେ ଗ୍ରାମବାସୀ । ଗତ ୪୦ ଦିନ ଧରି ଏହାର ପ୍ରତିବାଦରେ ନିର୍ମାଣସ୍ଥଳରେ ଗ୍ରାମବାସୀ ଧାରଣା ଦେଇଆସୁଥିଲେ ।  ଏବେ ପୋଲିସ ଉପସ୍ଥିତିରେ କାମ ଆରମ୍ଭ ହେବା ପରେ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 19 131654 750

ଗର୍ଭବତୀ ନାବାଳିକା ଝିଅକୁ ଜିଅନ୍ତା ପୋଡ଼ି ଦେବା ମାମଲା: ବାପା-ମାଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲା। ବାପାମାଙ୍କୁ ଆଜୀବନ ସଜା ଶୁଣାଇଲେ ଫାଷ୍ଟ୍‌ ଷ୍ଟ୍ରାକ୍‌ କୋର୍ଟ। ୨୦୧୬ରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୩ ମାସର ଗର୍ଭବତୀ ଝିଅକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ ବାପା-ମାଆ। ସୂଚନାନୁଯାୟୀ, ୨୦୧୬ ମସିହା ଫେବୃଆରୀ ୧୪ ତାରିଖରେ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ୧୫ବର୍ଷର ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା ପୋଡ଼ି ମାରିଦେବା ସହ ପ୍ରମାଣ ନଷ୍ଟ କରିଦେଇଥିଲେ। ଏହି ମାମଲାରେ ମୃତ ନାବାଳିକାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Thu

ଆହୁରି ୫ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୦ତାରିଖରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲା ଛାଡିଦେଲେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜରି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ […]

ସଂପୂର୍ଣ୍ଣ ପଢନ୍ତୁ