Chen

ପାକିସ୍ତାନରେ ହେବ ଆବର୍ଜନାର ବନ୍ୟା!

ଜମ୍ମୁକଶ୍ମୀର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଚାରିପାଖରୁ ଘେରିଯିବାକୁ ପ୍ରସ୍ତୁତି ଜୋରସୋର କରିଛି। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରେ ଭାରତସରକାର ପାକିସ୍ତାନରେ ଚେନାବ ନଦୀର ପାଣିକୁ ବନ୍ଦ କରିଦେଇଛନ୍ତି। ଜମ୍ମୁ କାଶ୍ମୀର ରାମବନ ଅଞ୍ଚଳରେ ଥିବା ବାଗ୍ଲିହର ଡ୍ୟାମର ସବୁ ଗେଟକୁ ଭାରତ ବନ୍ଦ କରିଛି । ଡ୍ୟାମ ବନ୍ଦ ହେବା ପରେ ପାକିସ୍ତାନକୁ ଯାଇଥିବା ଚେନାବ ନଦୀ ଶୁଖିଲା ପଡିଛି । ଚେନାବ ନଦୀ ଉପରେ ବାଗଲିଆର ପ୍ରକଳ୍ପ ୨୦୦୮ […]

ସଂପୂର୍ଣ୍ଣ ପଢନ୍ତୁ
Sankha Bhawan

ବିଜେଡିର ନୂଆ ସଂଗଠନ ଗଠନ, ୧୫ ଉପସଭାପତି, ୨୦ ବରିଷ୍ଠ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ଵର: ପ୍ରଥମ ଥର ନିର୍ବାଚନ ହାରି ବିରୋଧୀ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ(ବିଜେଡି)ର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି। ଦଳ ସୋମବାର ପଦପଦବୀ ତାଲିକା ଘୋଷଣା କରିଛି। ଦଳରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ପ୍ରଥମ ଥର ବିଜେଡିରେ ସଂଗଠନ ସାଂପାଦକ […]

ସଂପୂର୍ଣ୍ଣ ପଢନ୍ତୁ
Trlkuuhuxdsmpgitxuij

ଭାରତର କୂଟନୈତିକ ଚାପ: ପରମାଣୁ ବୋମା ଧମକ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ: ଦୋଷ ଦୁର୍ବଳତା ଲୁଚାଇବାକୁ ମତିଗତି ଭୁଲି ଗଲାଣି ପାକିସ୍ତାନ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କୂଟନୈତିକ ଚାପ ପକାଉଛି ଭାରତ । ସିନ୍ଧୁ ନଦୀ ଜଳଚୁକ୍ତି ରଦ୍ଦ କରିବା ସହ ସମସ୍ତ ପ୍ରକାର ବ୍ୟବାସାୟିକ ସମ୍ପର୍କ ଛିନ୍ନ କରିଛି ଭାରତ । ପହଲଗାମ କାଣ୍ଡ ଘଟାଇବା ପରେ ପାକିସ୍ତାନ ନେତାଙ୍କ ଭିତରେ ଛନକା ପଶିଛି । କଥାକଥାରେ ଖାଲି ପରମାଣୁ ଧମକ ଦେବାରେ ଲାଗିଛନ୍ତି । ପ୍ରଥମେ […]

ସଂପୂର୍ଣ୍ଣ ପଢନ୍ତୁ
Pruth

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜୋର ଧରିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ। ଏହାରି ଭିତରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଳକା ଦାରୁ ପ୍ରସଙ୍ଗ କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ବଳକା ଦାରୁରେ ଅଢ଼େଇ ଫୁଟ ମୂର୍ତ୍ତି ନିର୍ମାଣ ଅସମ୍ଭବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ […]

ସଂପୂର୍ଣ୍ଣ ପଢନ୍ତୁ
Bsf 750x430

ବିଏସଏଫରେ ଯୋଡ଼ିହେବ ୧୬ ନୂଆ ବାଟାଲିଅନ, ସୃଷ୍ଟି ହେବ ୧୭ ହଜାର ପଦବୀ

ସୀମା ସୁରକ୍ଷା ବଳ (ବିଏସଏଫ)ରେ ଯୋଡ଼ି ହେବ ୧୬ ନୂଆ ବାଟାଲିଅନ। ଏଥିପାଇଁ ସୃଷ୍ଟି ହେବ ୧୭ ହଜାର ନୂଆ ପଦବୀ। ପାକିସ୍ତାନ ଏବଂ ବାଂଲାଦେଶ ପଟୁ ଭାରତ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଥିବାରୁ ବିଏସଏଫ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହିତ ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳରେ ୨ଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଛି। ଏହି ଦୁଇଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଅଧୀନରେ ୧୬ ବାଟାଲିଅନ ରହିବେ, […]

ସଂପୂର୍ଣ୍ଣ ପଢନ୍ତୁ
Law Minister 748x430

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର। ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ପୃଥ୍ବୀରାଜ। […]

ସଂପୂର୍ଣ୍ଣ ପଢନ୍ତୁ
Mp

ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ରୁଷ

ପହଲଗାଓଁ ଆକ୍ରମଣ ପରେ ବିଭିନ୍ନ ରାଷ୍ଟ୍ର ଭାରତକୁ ମାପିଚୁପି ନିଜର ସମର୍ଥନ ଜଣାଉଛନ୍ତି। କିନ୍ତୁ ଏହି ସମୟରେ ଭାରତର ପ୍ରକୃତ ବନ୍ଧୁ ରୁଷ ଖୋଲାଖୋଲି ସମର୍ଥନ ଜଣାଇଛି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣକୁ ସେ ଦୃଢ଼ ଭାବେ ନିନ୍ଦା କରିବା ସହିତ ଏହା […]

ସଂପୂର୍ଣ୍ଣ ପଢନ୍ତୁ
Spuj

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ। ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା। ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ। ହଜାରେ ଆବେଦନରୁ ୩ଶହ ରାଜସ୍ୱ ଗାଁ ହୋଇ ସାରିଲାଣି। ମୋଡାଲିଟି […]

ସଂପୂର୍ଣ୍ଣ ପଢନ୍ତୁ
Paw

ଡାକ୍ତରଖାନାରେ ପବନଦୀପ, ଅବସ୍ଥା ଗୁରୁତର

ଅମରୋହା: ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ ବିଜେତା ଗାୟକ ପବନଦୀପ ରାଜନ୍‌। ଉତ୍ତରାଖଣ୍ଡରୁ ନୋଏଡ଼ା ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ପବନଦୀପ। ତାଙ୍କ କାର୍‌ ନିୟନ୍ତ୍ରଣ ହରାଇ ଗଜରୌଲାରେ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କ୍ୟାଣ୍ଟରକୁ ପଛ ପଟରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ଚାଳକ ରାହୁଲ ସିଂହ ଏବଂ ସାଥୀ ଅଜୟ ମେହେରା ମଧ୍ୟ ଆହତ ହୋଇଛନ୍ତି। ଆହତ […]

ସଂପୂର୍ଣ୍ଣ ପଢନ୍ତୁ
Sankabhaban

୬ ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ ପୂଜାରୀ ଯଥାକ୍ରମେ ଭୁବନେଶ୍ୱର ଏବଂ ସମ୍ବଲପୁରର ସାଂଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସରୋଜ କୁମାର ମେହେରଙ୍କୁ ବଲାଙ୍ଗୀରର ସାଂଗଠନିକ ଜିଲ୍ଲା ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ