Gang Rape

ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ରାଇବଣିଆ ଥାନା ଅନ୍ତର୍ଗତ ଚମାର ଗାଁ ସ୍ଥିତ ପିଏନ ହାଇସ୍କୁଲରେ ପଢୁଥିବା ଜନୈକା ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଗଣିତ ଶିକ୍ଷକ କୈଳାସ […]

ସଂପୂର୍ଣ୍ଣ ପଢନ୍ତୁ
F35

୩୮ ଦିନ ପରେ ଫେରିଗଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ୩୮ ଦିନ ଅଚଳ ରହିବା ପରେ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ ଲଢ଼ୁଆ ବିମାନ ସ୍ୱଦେଶ ଫେରିଯାଇଛି। ଜୁନ୍ ୧୪ ତାରିଖରୁ ବିମାନଟି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ମଝି ଆକାଶରେ ଉଡାଣ ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୃକ୍ତ ଲଢୁଆ ବିମାନଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଗମ୍ଭୀର ଇଞ୍ଜିନିୟରିଂ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ଏଫ-୩୫ ୩୮ ଦିନ ଧରି ବିମାନବନ୍ଦରରେ […]

ସଂପୂର୍ଣ୍ଣ ପଢନ୍ତୁ
Cm6

ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ […]

ସଂପୂର୍ଣ୍ଣ ପଢନ୍ତୁ
Chasi

ଯାଞ୍ଚ ହେବ ଚାଷୀଙ୍କ e-KYC, ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ନକଲି ଚାଷୀ ଖୋଜିବେ ସରକାର । ଚାଷୀଙ୍କ ଇ-କେୱାଇସି ଯାଞ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଚଳିତ ଥର ଖରିଫ ଧାନ ବିକିବାକୁ ପଞ୍ଜିକରଣ ବେଳେ ଚାଷୀ କରିବେ ଇ-କେୱାଇସି । ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍କାନ କରିବାକୁ ହେବ । ପ୍ରତ୍ୟେକ ସୋସାଇଟିରେ ଇ-କେୱାଇସି କରିବେ ଚାଷୀ । ଧାନ ବିକୁଥିବା ଚାଷୀଙ୍କ ଭିତରେ ଅନେକ ନକଲି ଚାଷୀ ଅଛନ୍ତି । ଇ-କେୱାଇସି ହେଲେ ସେମାନେ ଧରା ପଡିବେ । ପ୍ରକୃତ ଚାଷୀଙ୍କୁ ସୋସାଇଟି ଯାଇ ପଞ୍ଜିକରଣ ବେଳେ ଇ-କେୱାଇସି କରିବାକୁ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 22 144727 E17

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ମନ୍ତ୍ରୀଙ୍କୁ ଭେଟିଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ତେବେ ଆଇନ ମନ୍ତ୍ରୀଙ୍କ ବାସଭବନରେ ହାଇ-ପ୍ରୋଫାଇଲ ବୈଠକ ଦିଲୀପ ରାୟଙ୍କ ଭବିଷ୍ୟତ ରାଜନୈତିକ ଯୋଜନା ଏବଂ ରାଜ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Hari2

ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ ସିଂ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିୟମ ଅନୁଯାୟୀ, ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ପଦ ଖାଲି ହେବା ପରେ ହରିବଂଶ ନାରାୟଣ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର […]

ସଂପୂର୍ଣ୍ଣ ପଢନ୍ତୁ
Snake 7

ଯାତ୍ରା ମଞ୍ଚରେ ସାପ ଖେଳ, ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ

ଯାଜପୁର : ଯାତ୍ରା ମଞ୍ଚରେ ସାପ ଖେଳ। ତୁଳସୀ ଗଣନାଟ୍ୟ ମଞ୍ଚରେ ଦେଖିବାକୁ ମିଳିବ ଅଜଗର ସାପ ।  ଏକ ନାଟକରେ ମଞ୍ଚରେ ସାପକୁ ଧରି କଳାକାର ଅଭିନୟ କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ଆଖଡାଶାଳରେ ଚାଲିଥିବା ଫାଇନାଲ ବିଜିଏମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ଯାତ୍ରା ତୁଳସୀ ଗଣନାଟ୍ୟ ଓ ଏହାର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ନେଇ ବିବାଦ ଦେଖା ଦେଇଥିଲା। ଏବେ ପୁଣି ଯାତ୍ରା ମଞ୍ଚରେ […]

ସଂପୂର୍ଣ୍ଣ ପଢନ୍ତୁ
Jagdeep Dhankhar

ଜଗଦୀପଙ୍କ ଇସ୍ତଫାକୁ ନେଇ କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ରାଜନୀତି ତୀବ୍ର ହୋଇଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରି ଦେଇଛନ୍ତି। ଜଗଦୀପଙ୍କ ଇସ୍ତଫାପତ୍ରକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ‌ଘେରି ଅଭିଯୋଗ କରି କହିଛି,‘ପରଦା ପଛରେ ଜଗଦୀପଙ୍କ ଅନ୍ୟ କିଛି କାରଣ ରହିଛି।ସୋମବାର (୨୧ ଜୁଲାଇ, ୨୦୨୫) ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର ବିରୋଧରେ ଏକ ପ୍ରସ୍ତାବ ଆଣିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Naveen 1

NCERT ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ୱର : NCERT ଅଷ୍ଟମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ Exploring Society: India and Beyond”ରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହକୁ ବାଦ ଦେଇଛି ।  ପାଇକ ବିଦ୍ରୋହ ବିଷୟ ହଟିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି  ।  ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ କରି ଲେଖିଛନ୍ତି, ପାଇକ ବିଦ୍ରୋହ ଓଡ଼ିଶା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ । ୧୮୧୭ରେ ଓଡ଼ିଶାର ବୀର […]

ସଂପୂର୍ଣ୍ଣ ପଢନ୍ତୁ
Doctors Patient

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର

ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ ଗ୍ରାମ ପଞ୍ଚାୟତ ଗୁଡିକରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଖୋଲାହେବ । ଏହା ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO […]

ସଂପୂର୍ଣ୍ଣ ପଢନ୍ତୁ