34de65ce 1b1d 4e88 A477 8ead6c7e

ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲିବା ସହିତ କ୍ରୁ ସଦସ୍ୟ ଓ ସହଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନାଯୋଗ୍ୟ, ଆମେରିକାର ଓମାହାରୁ ଡେଟ୍ରଏଟ୍ ଯାଉଥିବା ଡେଲ୍ଟା କନେକ୍ସନ୍ ଫ୍ଲାଇଟ୍ ନମ୍ବର ୩୬୧୨ରେ ଏହି ଘଟଣା ଘଟିଥିଲା। ବିମାନ ଭିତରେ ଯାତ୍ରୀଙ୍କ ଏଭଳି […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 2

ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ବଳଙ୍ଗା ପୀଡ଼ିତା । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ । ପୀଡିତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ
Bbsr T 1

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ , ଗ୍ରୀନ କରିଡ଼ରରେ ଗଲେ ଏୟାରପୋର୍ଟ

ଭୁବନେଶ୍ୱର  :ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ  । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ସାଙ୍ଗରେ ଅଛନ୍ତି ଡାକ୍ତର ଓ ଅନ୍ୟ ଲାଇଫ ସପୋର୍ଟ ସରଞ୍ଜାମ । ପୀଡିତାଙ୍କ ସହ ପରିବାର ଲୋକ ମଧ୍ୟ ଦିଲ୍ଲୀ ଯାଉଛନ୍ତି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ସେପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ […]

ସଂପୂର୍ଣ୍ଣ ପଢନ୍ତୁ
Parliament Loksabha

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ ଝଲକ ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଗୃହରେ ବିବୃତ୍ତି ଦାବି କରିଥିଲେ। ବୈଠକରେ ବିରୋଧୀ ଦଳଗୁଡ଼ିକ ପହଲଗାମରେ ଆତଙ୍କବାଦୀ […]

ସଂପୂର୍ଣ୍ଣ ପଢନ୍ତୁ
Fire 2

ଦୁଷ୍କର୍ମ ଉଦ୍ୟମ ମାମଲାରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ

ରାୟଗଡ଼ା : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଦୁଷ୍କର୍ମ ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ଗିରଫ କରିଛି ।  ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି ।  ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି ।  ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 20 144443 1

ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା ପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା ନୃଶଂସ ସ୍ବାମୀ

ସୁନ୍ଦରଗଡ:ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଛି। ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ ଓରାମକୁ ଅଟକ ରଖିଛି । ମୃତ ମହିଳା ଜୟନ୍ତୀ କୁଜୁର ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ […]

ସଂପୂର୍ଣ୍ଣ ପଢନ୍ତୁ
Mur

ଅଭାବନୀୟ ଘଟଣା; ପୁଲିସ ଅଧିକାରୀଙ୍କୁ ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ଗୁଜରାଟର କଚ୍ଛ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପ୍ରେମିକଙ୍କ ନାମ ଦିଲୀପ ଡାଙ୍ଗାଚିୟା । ଦିଲୀପ ଜଣେ ସିଆରପିଏଫ କନଷ୍ଟେବଳ ଥିବା ଜଣାପଡ଼ିଛି। ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଅରୁଣା ଯାଦବ ଅଞ୍ଜାର ପୁଲିସ ଷ୍ଟେସନରେ ଏଏସଆଇ […]

ସଂପୂର୍ଣ୍ଣ ପଢନ୍ତୁ
Dfo

କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ, ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ, ମିଳିଲାଣି ୧୧୫ଟି ପ୍ଲଟ

କେନ୍ଦୁଝର : କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଚାଲିଛି ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ।ସି ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଅନୁଗୁଳରେ ରହିଛି ଚାରି ମହଲା ଘର […]

ସଂପୂର୍ଣ୍ଣ ପଢନ୍ତୁ
Journalist 750x375 1

ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ହାଇଦ୍ରାବାଦରୁ ୨ ବନ୍ଧାହେଲେ

ମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ଚ. ନରେଶଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଲକାନଗିରି ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦୁଇ ଯୁବକଙ୍କୁ ଗିରଫ କରିଛି। ମୋଟୁ ଥାନା ସୀମା ଅନ୍ତର୍ଗତ ଉଭୟ ଗ୍ରାମ ଏମଭି-୭୫ର ୨୫ ବର୍ଷୀୟ ସୁକୁମାର ରାୟ ଏବଂ ଏମପିଭି-୮୨ର ୨୧ ବର୍ଷୀୟ କୋଙ୍କଣ ଜୋର୍ଦାର ଭାବରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ମାଲକାନଗିରି ଏସପି ବିନୋଧ ପାଟିଲ ଗଣମାଧ୍ୟମକୁ […]

ସଂପୂର୍ଣ୍ଣ ପଢନ୍ତୁ
Omf

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମଫେଡ୍‍ । ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ […]

ସଂପୂର୍ଣ୍ଣ ପଢନ୍ତୁ