Ewr

ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ, ଭୟରେ ଫୋପାଡି ଦେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର। କାଲି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱରର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘର ରେଡ୍‌ କରିଥିଲେ। ଆଉ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ସେହି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍। ସୂଚନା ଅନୁଯାୟୀ, ମିଳିତ ଭାବରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳର କସ୍ମୋପୋଲିସରେ ସେମାନଙ୍କ ସ୍ତ୍ରୀଙ୍କ ନାମରେ ଏକ ଫ୍ଲାଟ କିଣିଥିଲେ। ଯେହେତୁ ସେମାନଙ୍କର ଘନିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ
Sind

ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି: ଜୟା

ନୂଆଦିଲ୍ଲୀ: ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ବିତର୍କ ସମୟରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ‘ଅପରେସନ୍ ସିନ୍ଦୂର’ ନାମ ଉପରେ ଆପତ୍ତି ଉଠାଇଛନ୍ତି। ସେ ପୀଡ଼ିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ସରକାରଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହି ଅପରେସନର ନାମ ପୀଡ଼ିତଙ୍କୁ ଅପମାନିତ କରିଛି ଏବଂ ସରକାର ଲୋକଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ଜୟା କହିଛନ୍ତି, ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି ରଖାଗଲା। […]

ସଂପୂର୍ଣ୍ଣ ପଢନ୍ତୁ
Monaj Ahuja

ସବୁ ବିଭାଗ ସହ ସମନ୍ୱୟ ରକ୍ଷା କର, ସିଡିପିଓଙ୍କୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର ।  ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି ।  ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ସରକାରଙ୍କ ପାଖକୁ ଆଣନ୍ତୁ ବୋଲି ସିଡିପିଓମାନଙ୍କୁ କହିଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । ସମସ୍ୟା ଆଣିଲେ ତାର ସମାଧାନର ବାଟ ବାହାର କରିବୁ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି । ତେଣୁ ଯାହା […]

ସଂପୂର୍ଣ୍ଣ ପଢନ୍ତୁ
Hirak

ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍‍

ଜଳସ୍ତର କମିବା ପରେ ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍‍ । ଫଳରେ ୧୪ଟି ଗେଟ୍‍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ର ୯ଟି ଗେଟ୍‍ ଓ ଡାହାଣ ପାଶ୍ୱର୍ର ୫ଟି ସ୍ଲୁଇସ୍‍ ଗେଟ୍‍ ଖୋଲାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨.୫୨ଫୁଟ୍‍ ରହି ଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୮ହଜାର ୯୮୧କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୧୧ହଜାର ୩୮୩କ୍ୟୁସେକ ଜଳ ନିଷ୍ପାସିତ ହେଉଛି […]

ସଂପୂର୍ଣ୍ଣ ପଢନ୍ତୁ
Pm

ଅଗଷ୍ଟ ୨ରେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ସର୍ବାଧିକ ସଂଖ୍ୟକ ଚାଷୀଙ୍କ ନିକଟରେ ଏହାର ଲାଭ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶର ବାରାଣସୀରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ
Ghai

ମାଛଗାଁ କେନାଲ ବନ୍ଧରେ ୧୦ ଫୁଟର ଘାଇ ସୃଷ୍ଟି

ଜଗତସିଂହପୁର : ମାଛଗାଁ କେନାଲରେ ୧୦ ଫୁଟର ଘାଇ ।  ଲୋକଙ୍କ ଘରେ ପଶିଲା ପାଣି ।  ଜଗତସିଂହପୁର-କଟକ ରାସ୍ତାର ତରିକୁନ୍ଦ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି ।  ଫଳରେ ଲୋକଙ୍କ ଘର ଓ ଦୋକାନ ଘରେ ପଶିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏପରିକି ତରକୁନ୍ଦ ପଂଚାୟତ କାର୍ଯ୍ୟାଳୟ, ଫାଣ୍ଡି, ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଣି ପଶିଛି । ନଦୀବନ୍ଧ ଦୁର୍ବଳ ଥିବା ଘାଇ ସୃଷ୍ଟି ହୋଇଥିବା କହିଛନ୍ତି ସ୍ଥାନୀୟ […]

ସଂପୂର୍ଣ୍ଣ ପଢନ୍ତୁ
Mixcollage 30 Jul 2025 01 38 Pm

୨ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ମହାନିର୍ଦ୍ଦେଶକ (ଡିଜି) କିମ୍ବା ସେହି ସମକକ୍ଷ ପଦରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଫିସର ଆର ପି କୋଚେ ଏବଂ ଯଶୱନ୍ତ ଜେଠୱାଙ୍କୁ ତାଲିକାଭୁକ୍ତ କରାଯାଇଛି। ୧୯୯୩ ବ୍ୟାଚର ଅଧିକାରୀ ଆର ପି କୋଚେ ବର୍ତ୍ତମାନ ଡାଇରେକ୍ଟର ଅଫ ଇଣ୍ଟେଲିଜେନ୍ସ ଭାବରେ କାର୍ଯ୍ୟରତ ଅଛନ୍ତି।ସେ ସମ୍ବେଦନଶୀଳ ଗୁଇନ୍ଦା ମାମଲାରେ ଜରୁରୀ ସମୟରେ ନିଜର କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ପାଇଁ ପରିଚିତ। ଅପରପକ୍ଷରେ ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଯଶୱନ୍ତ ଜେଠୱା ବର୍ତ୍ତମାନ ଭିଜିଲାନ୍ସ ନିର୍ଦ୍ଦେଶକ […]

ସଂପୂର୍ଣ୍ଣ ପଢନ୍ତୁ
Jp

୨୨ଏପ୍ରିଲ ପହଲଗାମ ଆକ୍ରମଣର ୨୨ମିନିଟରେ ପ୍ରତିଶୋଧ ନେଇଥିଲା ଭାରତ: ଜେପି ନଡ୍ଡା

ନୂଆଦିଲ୍ଲୀ: ରାଜ୍ୟସଭାରେ ‘ଅପରେସନ ସିନ୍ଦୂର’କୁ ନେଇ ଚର୍ଚ୍ଚା ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସକୁ ସିଧାସଳଖ ଭାବେ ଟାଗେର୍ଟ କରି କଟାକ୍ଷ କରିଥିଲେ। ଜେପି ନଡ୍ଡା ରାଜ୍ୟସଭାରେ ଦେଇଥିବା ଭାଷଣରେ କହିଛନ୍ତି, ‘୨୦୧୪ରେ ମୋଦୀ ସରକାର ଆସିବା ପରେ ଅମାବାସ୍ୟା ହଟିଲା ଆମେ ପୂର୍ଣ୍ଣିମା ଅଭିମୁଖେ ଆଗେଇଲୁ। ୨୦୧୪ ପରେ ଜମ୍ମୁ କଶ୍ମୀରକୁ ଛାଡ଼ିଦେଲେ ଦେଶରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ହୋଇଗଲା। ନାଗରିକ ଓ ଯବାନଙ୍କୁ କରାଯାଉଥିବା ହତ୍ୟା ମଧ୍ୟ ହ୍ରାସ ପାଇଲା। ପୂର୍ବ ସରକାର ଥିବା […]

ସଂପୂର୍ଣ୍ଣ ପଢନ୍ତୁ
Labour 1

ସରୁନି ଦାଦନ ଦୁଃଖ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ନିବେଦନ

କେନ୍ଦ୍ରାପଡା: ଅଭାବ ଅନଟନ ଦୁଃଖରେ ଚାଲିଥିଲା ଜୀବନ । କିନ୍ତୁ ଅଭାବରେ ଜୀବନ କାଟିବା ମୁସ୍କିଲ ହୋଇପଡ଼ିଲା । ତେଣୁ ଘରେ ବାପା ମା’ ସ୍ତ୍ରୀ ପେଟରେ ଦି ମୁଠା ଦାନା ଯୋଗାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ହେଲେ ଏବେ ସେଠାରୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଛନ୍ତି । ଘରୁ ଗୋଡ଼ କାଢ଼ି ବାହାର ରାଜ୍ୟକୁ ଯାଇଥିଲେ ସତ କିନ୍ତୁ ପରିସ୍ଥିତି ଏପରି ହୋଇପଡ଼ିଲା ଯେ ନା […]

ସଂପୂର୍ଣ୍ଣ ପଢନ୍ତୁ
Shama Parvin 1068x601

ଇନଷ୍ଟ୍ରାଗ୍ରାମରେ ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ ବନାଉଥିଲେ ମହିଳା, ବାନ୍ଧିଲା ଏଟିଏସ

ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିଲେ। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ ଏଟିଏସ(ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ)। ଏହି ମହିଳା ଆତଙ୍କୀ ନାଁ ହେଉଛି ଶମା ପରବିନ। ସେ ଅଲକାଏତା ଆତଙ୍କବାଦୀ ସଂଗଠନର ଏକ୍ୟୁଆଇଏସ ବା ଅଲକାଏଦା ଇନ ଇଣ୍ଡିଆନ ସବକଣ୍ଟିନେଣ୍ଟ ଶାଖା ପାଇଁ କାର୍ଯ୍ୟ କରୁଥିଲା। ୩୦ […]

ସଂପୂର୍ଣ୍ଣ ପଢନ୍ତୁ