Z

ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା

ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି ଘଟଣା ଘଟିଛି। ଘଟଣା ଅନୁସାରେ, ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ନିଜ ମଧ୍ୟରେ ଝଗଡ଼ା କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଅଭିଯୋଗ ଶିକ୍ଷକଙ୍କ ନିକଟରେ କରିଥିଲେ। ଶ୍ରୀବାସ୍ତବ ଶ୍ରେଣୀକୁ ଯାଇ ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ
Pakistan Foreign Minister Bilawal Bhutto Zardari

ଭାରତ ମସୁଦର ଠିକଣା ବିଷୟରେ ସୂଚନା ଦେଲେ ଆମେ ଖୁସିରେ ଗିରଫ କରିବୁ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାର ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ପାକିସ୍ତାନର ବାସିନ୍ଦା ବି ପ୍ରତ୍ୟାଖ୍ୟାନ କରିଦେବେ। ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ପାକିସ୍ତାନର ବାହାୱାଲପୁରରେ ଥିବା ନେଇ ଭାରତ ଅନେକ ଥର ପ୍ରମାଣ ଦେଇଛି। ଏଥିସହିତ ମସୁଦ ଆଝାର କେଉଁଠି ଲୁଚି ରହିଛି ଏକଥା ପାକିସ୍ତାନର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି , କିନ୍ତୁ ବିଲାୱଲ ଭୁଟ୍ଟୋ […]

ସଂପୂର୍ଣ୍ଣ ପଢନ୍ତୁ
Ship 2025 07 06 19 58 56

ଲୋହିତ ସାଗରରେ ବ୍ରିଟିଶ ଜାହାଜ ଉପରକୁ ରକେଟ୍ ମାଡ଼

ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପୂର୍ବ ଗତ କିଛି ଦିନ ହେଲା କିଛିଟା ଶାନ୍ତ ଥିବା ବେଳେ ପୁଣି ସେଥିରେ ବ୍ୟାଘାତ ସୃଷ୍ଟି ହୋଇଛି । ରବିବାର ୟେମେନ୍ ଉପକୂଳ ନିକଟରେ ଲୋହିତ ସାଗରରେ ଏକ ବ୍ରିଟିଶ ବାଣିଜ୍ୟିକ ଜାହାଜ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଜାହାଜ ଉପରେ ଗୁଳି ବର୍ଷା କରିଥିଲେ ଏବଂ ରକେଟ୍-ଚାଳିତ ଗ୍ରେନେଡ୍ (ଆରପିଜି) ମାଡ଼ କରିଥିଲେ। ଏହି ଆକ୍ରମଣ ପଛରେ ହୁତୀ ବିଦ୍ରୋହୀଙ୍କ ହାତ ଥିବା ସଂଦେହ କରାଯାଉଛି । […]

ସଂପୂର୍ଣ୍ଣ ପଢନ୍ତୁ
Ani 20240730193 0 1722386485870 1722386503842

ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

ସିମଲା : ହିମାଚଳରେ ବନ୍ୟା ସିନା ଛାଡିଛି ହେଲେ କ୍ଷତଚିହ୍ନ ସେମିତି ରହିଛି । ହିମାଚଳ ପ୍ରଦେଶ ଛାତିରେ ପ୍ରକୃତି ତାଣ୍ଡବଲୀଳା ରଚିବା ପରେ ଏବେ ଟକି ଧ୍ବଂସଲୀଳା ଥମିଛି । ଆଉ ବର୍ଷା-ବନ୍ୟାର ସେ ହାହାକାର ପରିସ୍ଥିତି ଟିକେ ସୁଧୁରିଛି । ନଦୀରେ ଜଳ କମିଛି ସତ ହେଲେ ପ୍ରଳୟ ବେଳେ ପାଣି ପାଟିରେ ସବୁ କିଛି ପଶିଯାଇଛି । ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ । […]

ସଂପୂର୍ଣ୍ଣ ପଢନ୍ତୁ
Gvge1n2xeaa7l58

ଜନ୍ମଦିନ ଅବସରରେ ଦଲାଇ ଲାମା କହିଲେ, ‘ମୁଁ ଜଣେ ସାଧାରଣ ବୌଦ୍ଧ ଭିକ୍ଷୁ’

ନୂଆଦିଲ୍ଲୀ: ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଅବସରରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି ଏବଂ ତାଙ୍କର ପ୍ରେମ, କରୁଣା ଏବଂ ଧର୍ଯ୍ୟର ବାର୍ତ୍ତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଜନ୍ମଦିନ ଅବସରରେ ଦଲାଇ ଲାମା କହିଛନ୍ତି, “ମୋର ୯୦ତମ ଜନ୍ମଦିନ ଅବସରରେ, ମୁଁ ବୁଝିପାରୁଛି ଯେ ତିବ୍ଦତୀୟ ସମ୍ପ୍ରଦାୟ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ବନ୍ୟାଜଳରେ ଭାସିଗଲେ ୨୭ ଶିଶୁ, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

ଟେକ୍ସାସ : ଆମେରିକାର ଦକ୍ଷିଣ-କେନ୍ଦ୍ରାଞ୍ଚଳସ୍ଥିତ ଟେକ୍ସାସ ରାଜ୍ୟର କେର୍‌ କାଉଣ୍ଟିରେ ପ୍ରବଳ ବର୍ଷା ପରବର୍ତ୍ତୀ ବନ୍ୟା ଯୋଗୁ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୨୭ ଶିଶୁ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅପରେସନ ଚାଲିଛି। କେର […]

ସଂପୂର୍ଣ୍ଣ ପଢନ୍ତୁ
Trump

ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି

ନିୟୁର୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଛି। ଟ୍ରମ୍ପ ଏବଂ ଦେଶର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ଯେତେବେଳେ ସପ୍ତାହ ଶେଷରେ ଛୁଟି କାଟିବାକୁ ନ୍ୟୁଜର୍ସିସ୍ଥିତ ନିଜ ବ୍ୟକ୍ତିଗତ ଗଲ୍ଫ କୋର୍ସରେ ଥିଲେ ସେତେବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଜୁଲାଇ ୫ରେ ଏକ ବିମାନ ଅସ୍ଥାୟୀ ଉଡ଼ାଣ ପ୍ରତିବନ୍ଧକ(ଟିଏଫଆର) ଉଲ୍ଲଂଘନ କରି ଟ୍ରମ୍ପଙ୍କ ଗଲ୍ଫ ପଡ଼ିଆ ସୀମା […]

ସଂପୂର୍ଣ୍ଣ ପଢନ୍ତୁ
Chandrachuda 750x430

ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼, ସରକାରଙ୍କୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ

ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ ଅନୁରୋଧ କରିଛି। ଚିଠିରେ କୁହାଯାଇଛି ଯେ, ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ। ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ
152230877

ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ

ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ ଗର୍ଭବତୀ ମହିଳାଙ୍କର ଶିଶୁକନ୍ୟାର ଜନ୍ମ ସଫଳତାର ସହ ସମ୍ପନ୍ନ କରାଇଛନ୍ତି। ଏହି ଘଟଣା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନବଜାତକ ଓ ତାଙ୍କ ମାତାଙ୍କ ଜୀବନ ରକ୍ଷା ପାଇଁ ଏହା ଏକ ଅନୁପ୍ରେରଣାଦାୟୀ ଉଦାହରଣ ହୋଇଛି। ନର୍ଥ ସେନ୍ଟ୍ରାଲ ରେଳବାଇର ଝାନ୍ସୀ ଡିଭିଜନର ଜନସମ୍ପର୍କ ଅଧିକାରୀ ମନୋଜ କୁମାର […]

ସଂପୂର୍ଣ୍ଣ ପଢନ୍ତୁ
Ypqzmalskdjfhgtu 2025 07 06 07 23 23 (1)

ପହଲଗାମ ଆକ୍ରମଣ ନେଇ ବିଷ ଉଗାଳିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପହଲଗାମ ଆକ୍ରମଣକୁ ନେଇ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ଉତ୍ତେଜନା ଏବଂ ଶତ୍ରୁତାପୂର୍ଣ୍ଣ ମନୋଭାବ ବଢ଼ାଉଛି ଏବଂ ଆଞ୍ଚଳିକ ଶାନ୍ତିକୁ  ନଷ୍ଟ କରିବା ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ୟବହାର କରୁଛି। ଅଜରବୈଜାନରେ ଅର୍ଗାନାଇଜେସନ୍ ଅଫ୍ ଇକୋନୋମିକ କୋଅପରେସନ୍ (ଇସିଓ) ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ସରିଫ୍ ଆତଙ୍କବାଦୀ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ସହ ଭାରତ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ