Image 2025 08 01t191138.534

୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ବରାଳ ଗ୍ରାମ ନିକଟରେ ଥିବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଜବତ ହୋଇଛି ୧୨୨ ଗ୍ରାମର ବ୍ରାଉନ ସୁଗାର ।‌ ଅବକାରୀ ବିଭାଗ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ବରାଳ ଗ୍ରାମର ସୂର୍ଯ୍ୟକାନ୍ତ ମହାପାତ୍ର । ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବ୍ରାଉନ […]

ସଂପୂର୍ଣ୍ଣ ପଢନ୍ତୁ
Gxrfhg8aiaar4yr 2025 08 01 19 38

କାନପୁର ନିକଟରେ ସାବରମତୀ ଜନସାଧରଣ ଏକ୍ସପ୍ରେସ୍ ଲାଇନଚ୍ୟୁତ

କାନପୁର : ଉତ୍ତରପ୍ରଦେଶର କାନପୁର ନିକଟରେ ସାବରମତୀ ଜନସାଧରଣ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୫୨୬୯) ଲାଇନଚ୍ୟୁତ ହୋଇଛି। ପନକି ଷ୍ଟେସନରୁ ଭାବପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଲାଇନ ନମ୍ବର-୪ରେ ପ୍ରବେଶ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଉଛି। ରେଳ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ରିଲିଫ୍ […]

ସଂପୂର୍ଣ୍ଣ ପଢନ୍ତୁ
Mission Sakti

ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା, ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାରେ

ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ । […]

ସଂପୂର୍ଣ୍ଣ ପଢନ୍ତୁ
Election Commission 9f

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

ସେପ୍ଟେମ୍ବର ୯ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏନେଇ ଅଗଷ୍ଟ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ପର୍ଯ୍ୟନ୍ତ ନାମାକଙ୍କନ ଦାଖଲ କରି ପାରିବେ । ଏହାପରେ ୨୨ରେ ଯାଞ୍ଚ ହେବ । ଅଗଷ୍ଟ ୨୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେପ୍ଟେମ୍ବର ୯ତାରିଖ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟାରୁ ଭୋଟ୍‍ ଗ୍ରହଣ କରାଯିବ । ଉପରାଷ୍ଟ୍ରପତି ପଦରୁ […]

ସଂପୂର୍ଣ୍ଣ ପଢନ୍ତୁ
Wrerwe

‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି’

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରୁ ବାହାରିବା ପରେ ମୁହଁ ଖୋଲିଲେ ସାର୍ଥକ । ସେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ଯାହା ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି । ସେ ଆହୁରି କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Sugar Mill1

ଖୋଲିବ ବଡ଼ମ୍ବା ଚିନିକଳ ! କେନ୍ଦ୍ରୀୟ ଟିମ-ଜିଲ୍ଲା ପ୍ରଶାସନ ଆଲୋଚନା

କଟକ : ବଡ଼ମ୍ବା ଚିନିକଳ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି । ଏହା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାଏବ ସିନ୍ଦେ। ଗତକାଲି କେନ୍ଦ୍ରୀୟ ଟିମ ବଡ଼ମ୍ବାରେ ସୁଗାର ମିଲ ବୁଲି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଶେଷକରି ଜଳ ସେଚନ ସୁବିଧା, ବିଦ୍ୟୁତ ଯୋଗାଣ, ଶ୍ରମ ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।  ଜିଲ୍ଲା ପ୍ରଶାସନ ସବୁ ସହଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ
Sdaf

ରାହୁଲଙ୍କ ଦାୟିତ୍ବହୀନ ବୟାନକୁ ଅଣଦେଖା କରୁଛୁ : ନିର୍ବାଚନ କମିସନ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଭୋଟର ଚୋରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କମିସନ ନିର୍ବାଚନ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ କାମ କରିବାକୁ ଏବଂ ଦାୟିତ୍ୱହୀନ ବୟାନକୁ ଅଣଦେଖା କରିବାକୁ କହିଛନ୍ତି। କମିସନ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି କୌଣସି ପତ୍ରର ଜବାବ ଦେଉନାହାନ୍ତି, କିନ୍ତୁ ପ୍ରତିଦିନ ନୂଆ ନୂଆ ଅଭିଯୋଗ କରିଚାଲିଛନ୍ତି । ଧମକ ସତ୍ତ୍ବେ ନିରପେକ୍ଷ ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ
Bse

ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଭାଇରଲ ପାଇଁ ଥିଲା ସ୍ଥଗିତ

 କଟକ : ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଭାଇରଲ ପାଇଁ ପରୀକ୍ଷା ଥିଲା ସ୍ଥଗିତ । ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପ୍ରଶ୍ନପତ୍ର ଲିକ୍ ର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । OTET ପ୍ରଶ୍ନପତ୍ର ଲିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୋହନ ମାଝୀଙ୍କ ସରକାରରେ ଶୁନ୍ୟ ସହନଶୀଳତା ନୀତି […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 01 165837

ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି; ରହିବ ଏହି ସବୁ ସୁବିଧା

ଭୁବନେଶ୍ବର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସମବାୟ ମନ୍ତ୍ରୀ । ଆହୁରି ମଧ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି […]

ସଂପୂର୍ଣ୍ଣ ପଢନ୍ତୁ
College

ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା, ଅଧ୍ୟକ୍ଷଙ୍କ ଅଭିନବ ଶୃଙ୍ଖଳା

ସୁନ୍ଦରଗଡ଼: ଅବାଗିଆ କେଶ ସଜା ସହ ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା । ସାଧସିଧା ପୋଷାକ ସହ ଜଣେ ପାଠ ପଢୁଆ ଛାତ୍ରଙ୍କ ପରି ମହାବିଦ୍ୟାଳୟକୁ ଆସିବେ ଛାତ୍ରଛାତ୍ରୀ । ଏହାକୁ ଅବମାନନା କଲେ କୌଣସି ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପଶିପାରିବେ ନାହିଁ । ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଆଣିଛନ୍ତି ଏମିତି ଅଭିନବ ଶୃଙ୍ଖଳା । ଶିକ୍ଷାନୁଷ୍ଠାନକୁ ଏକ ମଣିଷ ଗଢା କାରଖାନା ବା ଏକ ମନ୍ଦିର […]

ସଂପୂର୍ଣ୍ଣ ପଢନ୍ତୁ