Untitled 1 Copy

ଭାବଗ୍ରାହୀ ଜନାର୍ଦ୍ଦନ

ରାଜ୍ୟ
Spread the love

ଆଶୀଷ କୁମାର ପତି

ଶ୍ରୀଜଗନ୍ନାଥଙ୍କ ମହିମା ଅବର୍ଣ୍ଣନୀୟ ।  ଯିଏ  ତାଙ୍କୁ ଏକାଗ୍ର ଚିତ୍ତରେ ଡାକିଛି, ବା ବିପଦରେ ପଡି ଡାକିଛି ସେ ତାକୁ ଉଦ୍ଧାର କରିଛନ୍ତି ସତ କିନ୍ତୁ ପୂର୍ବ ଜନ୍ମର କର୍ମଫଳ ମଧ୍ଯ ଭୋଗାଭୋଗ କରିବାକୁ ପଡିଥାଏ । ସଦନ ନାମରେ ଜଣେ ବ୍ୟାଧ ଥିଲେ । ସେ ସଂମ୍ପୁର୍ଣ୍ଣ ଭଗବତ ବିଶ୍ବାସୀ ଥିଲେ ମଧ୍ୟ କୌଳିକ ବୃତ୍ତି ରୂପେ କଂସେଇ କାମ ମଧ୍ୟ କରୁଥିଲେ।ପ୍ରାୟ ସବୁ ମୂହୁର୍ତ୍ତରେ ସେ ଜଗନ୍ନାଥଙ୍କର ନାମ ଜପକରୁଥିଲେ,ଏବଂ ନାମ କୀର୍ତ୍ତନ ରେ ନିଜକୁ ହଜାଇ ଦେଉଥିଲେ । ବ୍ୟାଧ ସଦନ ପାଖରେ ଗୋଟେ ଶାଳଗ୍ରାମ ଥିଲା । ସେ ତାକୁ ପଥର ଭାବି ନିକିତିରେ ପକାଇ ମାଂସ ଓଜନ କରୁଥାଏ । ଥରେ ଜଣେ ସାଧୁ ସେହିବାଟେ ଯାଉ ଯାଉ ତାଙ୍କର ଦୃଷ୍ଟି ଅଜାଣତରେ ସଦନର ନିକିତି ଉପରେ ଥିବା ପଥର ଉପରେ ପଡିଲା ।  ସାଧୁ ପଥରଟିକୁ ଦେଖି ଜାଣିଦେଲେ ଏହା ବିଷ୍ଣୁଶିଳା ଶାଳଗ୍ରାମ,ଏହା ସାମାନ୍ୟ ପଥର ନୁହେଁ ।  ସାଧୁ ସଦନର ଶାଳଗ୍ରାମକୁ ଏପରି ବ୍ୟବହାରରେ ଘୃଣା ପ୍ରକାଶ କରି ତାଙ୍କୁ ପଥରଟିକୁ ଦେଇଦେବାକୁ ଅନୁରୋଧ କଲେ ।

ସଦନ ସାଧୁ ମାଗୁଥିବାରୁ ବହୁତ ଖୁସି ହୋଇ ମୋର ପରମ ଭାଗ୍ୟ କହି ସାଧୁଙ୍କୁ ପଥରଟିଏ ଦେଇଦେଲା । ସାଧୁବାବା ଶାଳଗ୍ରାମ ଟିକୁ ନେଇ ଯତ୍ନ ର ସହିତ ଗଙ୍ଗା ଜଳରେ ଧୁଆ ଧୁଇ କରି ପୂଜାଘରେ ରଖିଦେଲେ । କିନ୍ତୁ ରାତିରେ ସାଧୁଙ୍କୁ ସ୍ଵପ୍ନ ହେଲା “ମୋତେ ଯେଉଁଠାରୁ ଆଣିଛ ସେଠାରେ ଛାଡିଦେଇ ଆସ । ମୁଁ ଏଠାରେ ସଦନର ନାମ କୀର୍ତ୍ତନ ଶୁଣି ପାରୁନାହିଁ । ତାର ନାମ କୀର୍ତ୍ତନ ଶୁଣି ଶୁଣି ମୁଁ ପରମ ସୌଭାଗ୍ୟ ଲାଭ କରୁଥିଲି । ସକାଳ ହେବାମାତ୍ରେ ତୁମେ ମୋର ଭକ୍ତ ସଦନ ପାଖରେପହଞ୍ଚାଇ ଦିଅ।

“ସ୍ଵପ୍ନବାଣୀ ଶୁଣି ସାଧୁ ନିଜକୁ ଧିକ୍କାର କରିବାକୁ ଲାଗିଲେ, ସଦନ ଏଭଳି ଖରାପ କାର୍ଯ୍ୟକରି ମଧ୍ୟ ପ୍ରଭୁଙ୍କର ଭକ୍ତ ହୋଇପାରିଲା।ମୁଁ ସାଧୁ ହୋଇ ମଧ୍ୟ ହୋଇପାରିଲି ନାହିଁ।ସାଧୁ ସକାଳୁ ସକାଳୁ ଶାଳଗ୍ରାମ ଟିକୁ ସଦନ ହାତରେ ସମର୍ପି ଦେଲେ।

ଯୁଗେ ଯୁଗେ ଭଗବାନ ଭକ୍ତପ୍ରିୟ।ତାଙ୍କର ନାମ କୀର୍ତ୍ତନ ଯେଉଁଠାରେ ଚାଲିଥାଏ, ସେ ସଦାସର୍ବଦା ସେହିଠାରେ ବିରାଜମାନ କରିଥାନ୍ତି।ଭଗବାନ ମହର୍ଷି ନାରଦଙ୍କୁ ଏହି କଥା କହିଛନ୍ତି “ମୁଁ ବୈକୁଣ୍ଠରେ ନଥାଏ କି କେଉଁଠାରେ ନଥାଏ,ସଦାସର୍ବଦା ମୋର ଭକ୍ତ ପାଖରେଥାଏ”। ଭକ୍ତର ଭକ୍ତି ରେ ପ୍ରଭୁ ସବୁବେଳେ ବନ୍ଧା।

ଜଗନ୍ନାଥ ଚେତନା ବାଣୀ
ଜୟଜଗନ୍ନାଥ।

Leave a Reply

Your email address will not be published. Required fields are marked *