ଧର୍ମପ୍ରାଣ ଲଳିତ ମୋହନଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା: ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିଚାରଣ

ରାଜ୍ୟ
Spread the love

କଟକ ସଦର  : କଟକ ସଦର ବ୍ଲକ୍ ଅନ୍ତର୍ଗତ ବୋଧପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତିତ୍ୱ ତଥା ସମସ୍ତଙ୍କର ପ୍ରିୟ ଲଳିତ ମୋହନ ଦାସ (ଲଳିତ ଭାଇ)ଙ୍କ ଏକାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସରଳ, ପରୋପକାରୀ ଓ ଧର୍ମପରାୟଣ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ।

ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ବେହେରା, ବିଜେପି ନେତା ଅରବିନ୍ଦ ମହାନ୍ତି, ଶିକ୍ଷାବିତ୍ ତଥା ଯୁବନେତା ରୋଷନ ରଥ, ବରିଷ୍ଠ ସାମ୍ବାଦିକ ବସନ୍ତ ରଥ, ସାମ୍ବାଦିକ ସରାଫତ ଅଲ୍ଲୀ, ଜଗନ୍ନାଥ ଆଚାର୍ଯ୍ୟ, ଶୁଭଙ୍କର ସେଠୀ ଓ ରଶ୍ମି ରଂଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଦିବଙ୍ଗତ ଲଳିତ ମୋହନଙ୍କ ଦୁଇ ପୁଅ ରଞ୍ଜିତ କୁମାର ଦାସ ଓ ସଂଜିତ୍ ଦାସ, ସାନଭାଇ ଭୁବନ ମୋହନ ଦାସ ଓ କାଳନ୍ଦୀ ଦାସଙ୍କ ସମେତ ପରିବାରର ବୋହୂ, ନାତି-ନାତୁଣୀ, ଆତ୍ମୀୟସ୍ୱଜନ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *