କଟକ : ମିଶନରୋଡସ୍ଥିତ ଷ୍ଟିୱାର୍ଟ ବିଜ୍ଞାନ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହିତ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଦୀପା ନାଗ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଯାଇଥିବାବେଳେ ସମ୍ପାଦକ ଆର ଇ ଭି ସମରେନ୍ଦ୍ର ପ୍ରମାଣିକ ବାର୍ଷିକ ବିବରଣୀ ପାଠ କରିଥିଲେ। +୨ ର ଶ୍ରୀମତୀ ସୁମିତା ଦାସ ଓ +୩ ର ଶ୍ରୀମତୀ ରୀମା ଦାସ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟର ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ସନ୍ଧ୍ୟା ସାୟାନ୍ତିନି ମହାନ୍ତି ସହଯୋଗର ହାତ ବଢାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡକ୍ଟର ଏସ କେ କଲିମୁଲାହା ଯୋଗଦେଇ ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀମାନେ କିପରି ବିଭିନ୍ନ ବିପତ୍ତି ସମୟରେ ଆଗେଇ ଆସି ଲୋକମାନଙ୍କର ସମସ୍ୟାର ସମାଧାନ କରିଥାନ୍ତି ଏବଂ ଜୀବନକୁ ବାଜିରେ ଲଗେଇ ସେବା କରିଥାନ୍ତି, ସେ ବିଷୟରେ ଅବଗତ କରାଇଥିଲେ।
ଶାନ୍ତି ,ମୈତ୍ରୀ ଓ ପ୍ରଗତି ପଥରେ ଦେଶକୁ ଆଗେଇ ନେବାରେ ଏନ୍ ଏସ ଏସ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପିଲାମାନଙ୍କୁ ଦର୍ଶାଇଥିଲେ। ସମ୍ମାନିତ ଅତିଥି ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବିଶ୍ୱ ମୋହନ ଜେନା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୌତମ ମଲ୍ଲିକ ଓ ପ୍ରିୟଙ୍କା ପଣ୍ଡାଙ୍କ ସମେତ ଏନ୍ ଏସ ଏସ ଟିମ୍ ମେମ୍ବରମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସହଯୋଗ କରିଥିବାବେଳେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
