8489c254 96fb 47e5 8230 E2be97eccfbb

କଟକ ଜିଲ୍ଲା ଇପିଏଫ ପେନସନର୍ସ ସଂଘ କାର୍ଯ୍ୟକାରୀ କମିଟି ବୈଠକ

ରାଜ୍ୟ
Spread the love

କଟକ : କଟକ ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ପୁରୀଘାଟ ସ୍ଥିତ ଗାନ୍ଧୀ ମୂର୍ତ୍ତୀ ଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ରାମଧୁନ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସମ୍ପାଦକ ବିନୋଦ କୁମାର ବେହେରା ସାଂଗଠନିକ ଓ ଆଗାମୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ସର୍ବନିମ୍ନ ପେନସନ ଓ ଉଚ୍ଚତମ ପେନସନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସର୍ବନିମ୍ନ ମାସିକ ପେନସନ ଏକ ହଜାର ଟଙ୍କା ୨୦୧୪ ମିସିହାରୁ ଲାଗୁ ହୋଇଥିଲେ ମଧ୍ୟ ୨୦ ଲକ୍ଷ ପେନସନ ଭୋଗୀ ମାସିକ ଏକ ହଜାରରୁ କମ୍ ପାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର ଖୋସିୟାରୀ କମିଶନ ରିପୋର୍ଟ କାର୍ଯ୍ୟକାରୀ କରୁନଥିବାରୁ ଜାତୀୟ ଉପ ସଭାପତି ଶ୍ରୀ ବ୍ରହ୍ମା କ୍ଷୋଭ ପ୍ରକାଶ କରିଥିଲେ । ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ମାସିକ ସର୍ବନିମ୍ନ ନଅ ହଜାର ଟଙ୍କା ପେନସନ ସହ ମହାଙ୍ଗାଭତା ଦେବାଲାଗି ଶ୍ରୀ ବ୍ରହ୍ମା କେନ୍ଦ୍ର ସରକାରଙ୍କ ଠାରେ ଦୃଢ଼ ଦାବି ଜଣାଇଛନ୍ତି ।

ଯୁଗ୍ମ ସଂପାଦକ ଅଲେଖ ରାଉତ, ବୁଲେଇ ବେହେରା,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ,ଆଦିତ୍ୟ ପଟ୍ଟନାୟକ, ବିଜୟ କେତନ ସ୍ବାଇଁ ସମସ୍ୟା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାମନ୍ତରାୟ,ମୂରଲୀଧର ବେହେରା,ଶରତ ଚନ୍ଦ୍ର ସେଠୀ, ବନମାଳୀ ବେହେରା,ସୁରେନ୍ଦ୍ରନାଥ ସାହୁ,ଜୀତେନ୍ଦ୍ର ସାହୁ,ଗୈରାଙ୍ଗ ଦାସ, ପ୍ରଶାନ୍ତ ମହାନ୍ତି,ମହେନ୍ଦ୍ର ସାହୁ, କାହ୍ନୁଚରଣ ମହାନ୍ତି, ସୁଦର୍ଶନ ଆଚାର୍ଯ୍ୟ,ଅଧୀବାସ ସାହୁ, ଚୈତନ୍ୟ ସାମଲ, ବିନୋଦ ତ୍ରିପାଠୀ, ଚିତ୍ତରଞ୍ଜନ ଦାସ,ରଞ୍ଜନ ଦାସ, ପ୍ରସନ୍ନ ମିଶ୍ର, ନିରଞ୍ଜନ ବେହେରା, ରତ୍ନାକର ଓଝା ଓ ବିପିନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲ। ହୃଷୀକେଶ ଦାସ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *