ଫୁଲନଖରା : ପାହାଳଥାନା ଅନ୍ତର୍ଗତ ଅନନ୍ତପୁର ସ୍ଥିତ ସିନର୍ଜି କଲେଜ ପାଖ କେନାଲ ପାର୍ଶ୍ୱରେ ବିଳମ୍ବିତ ରାତ୍ରିରେ ଏକ ଯୁବକ ଅନନ୍ତପୁରସ୍ଥିତ ତଳ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା(୩୦) ନାମକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ସମୟରେ ନାଳ ପାଖରେ ଏକ କଳାରଙ୍ଗର ସ୍କୁଟି ପଡ଼ିଥିବା ଦେଖି ଲୋକମାନେ ପାଖକୁ ଯାଇଁ ଦେଖିବାକୁ ପାଇଲେ ଏକ ମୃତ୍ୟୁଦେହ ପଡିଛି। ଲୋକେ ସଙ୍ଗେସଙ୍ଗେ ପାହାଳ ଥାନାକୁ ଖବର ଦେଇଥିଲେ।
ସୂଚନା ମୁତାବକ ମୃତ୍ୟୁବରଣ କରିଥିବା ଯୁବକ ନଗରୀ ଗ୍ରାମର ପୂର୍ବତନ ସରପଞ୍ଚଙ୍କ ପୁତୁରା ହ୍ୱାଇୱା ମାଲିକ ଟେନିସ ପାତ୍ରଙ୍କ ସୁପରଭାଇଜର ରୂପେ କାର୍ଯ୍ୟ କରୁଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଭାତକୁ ଫୋନଯୋଗେ ରାତି ୧୨ ଟାରେ ଟେନିସ ଡ଼ାକିଥିବା ବୋଲି ପ୍ରଭାତଙ୍କ ମା ସୂଚନା ଦେଇଛନ୍ତି। ସକାଳୁ ଖବର ମିଳିଲା କି ଅନନ୍ତପୁର ଏକ କେନାଲ ପାର୍ଶ୍ୱରେ ପ୍ରଭାତଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଫିଙ୍ଗି ଦିଆଯାଇଛି।
ଘଟଣାସ୍ଥଳରେ ପାହାଳ ଥାନା ଅଧିକାରୀ,ଏସିପି ଓ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଭାତଙ୍କ ସମ୍ପର୍କୀୟ,ବନ୍ଧୁବାନ୍ଧଵ ଓ ସ୍ଥାନୀୟ ଗ୍ରାମବାସୀ ଫୁଲନଖରା-ନିଆଳୀ ୬୦ ନମ୍ବର ଜାତୀୟ ରାଜପଥ ଶବରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । କିଛି ଘଣ୍ଟାପାଇଁ ରାସ୍ତା ସମ୍ପୂର୍ଣ ବନ୍ଦ ହେବା ଯାତାୟାତ ଠପ ହୋଇଯାଇଥିଲା।ଘଟଣାସ୍ଥଳରେ ଏସିପି ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟିଥିଲା।ପାହାଳ ପୋଲିସ ମୃତ୍ୟୁ ପ୍ରଭାତଙ୍କୁ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଥିଲେ। କମିଶନରେଟ ପୋଲିସ ପକ୍ଷରୁ ଜରୁରୀକାଳୀନ ୨୦ହଜାର ଟଙ୍କା ସହାୟତା କରାଯାଇଛି।ହାଇୱା ମାଲିକ ଟେନିସ ପାତ୍ର ଓ ତାର ଭାଇକୁ ଗିରଫ କରାଯାଇଛି ବୋଲି ଜଣାପଡିଛି।
