ଶୋକାକୁଳ ପରିବେଶରେ ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ପାର୍ଥିବ ଶରୀର

ରାଜ୍ୟ
Spread the love

ମାହାଙ୍ଗା : ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଦିନ ହେଉ ବା ରାତି, ସବୁ ସମୟରେ ସମାଜର ବୃହତ୍ତର ସ୍ୱାର୍ଥ ତଥା ନିଷ୍ପେଷିତ ଜନସାଧାରଣଙ୍କ ହକ ପାଇଁ ସେମାନେ ନିରନ୍ତର କାର୍ଯ୍ୟ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ, ନିଷ୍ଠାପର, ଦାୟୀତ୍ୱସମ୍ପନ୍ନ ତଥା ସଦା କର୍ମଚଞ୍ଚଳ ଯୁବ ସାମ୍ବାଦିକ ଥିଲେ ଦୀପକ ସାହୁ। ବୁଧବାର ଭୋର ସମୟରେ ଚିକିତ୍ସିତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅକାଳ ବିୟୋଗ ଘଟିଛି।

ମାହାଙ୍ଗା ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରେ ଦୀପକଙ୍କ ଜନ୍ମ। ପିଲାଟି ଦିନରୁ ତାଙ୍କ ମଧ୍ୟରେ ପରୋପକାର ଓ ସେବା ମନୋଭାବ ବାରି ହୋଇ ପଡ଼ୁଥିଲା। ବଡ଼ଭାଇ ଭକ୍ତ ଚରଣ ସାହୁଙ୍କ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ଅନୁପ୍ରେରଣାରେ ପ୍ରଭାବିତ ହୋଇ ଦୀପକ ସାମ୍ବାଦିକତା ବୃତ୍ତିକୁ ଆପଣେଇ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ମାହାଙ୍ଗା ପ୍ରେସ କ୍ଲବର ସଭାପତି ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଥିଲେ। ସମାଜର ସବୁଠାରୁ ତଳ ସ୍ତରରେ ପଡ଼ିରହିଥିବା ମେହେନତି ମଣିଷମାନଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ହକ ପାଇଁ ଶାଣିତ ସମ୍ବାଦ ପରିବେଷଣ କରିବା ଦିଗରେ ସେ ସଦାବେଳେ ବ୍ରତୀ ଥିଲେ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ସେ ଅସୁସ୍ଥତା ଅନୁଭବ କରୁଥିଲେ। ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଯୁବ ସାମ୍ବାଦିକ ଶ୍ରୀ ସାହୁଙ୍କ ଏଭଳି ଅପ୍ରତ୍ୟାଶିତ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ଏକ ବିରାଟ ପଟୁଆରରେ ତାଙ୍କ ମରଶରୀରକୁ ହସ୍ପିଟାଲରୁ ତାଙ୍କ ଜନ୍ମମାଟି ପଣସପୁରକୁ ଅଣାଯାଇଥିଲା। ଅନ୍ତିମ ଯାତ୍ରା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଶତାଧିକ ଶୁଭେଚ୍ଛୁ, ସାମ୍ବାଦିକ ଓ ସ୍ଥାନୀୟ ଲୋକେ ଅଶ୍ରୁଳ ନୟନରେ ତାଙ୍କ ପାର୍ଥିବ ଶରୀରରେ ଶ୍ରାଦ୍ଧ ସୁମନ ଅର୍ପଣ କରିଥିଲେ। ଶେଷରେ ଗ୍ରାମ୍ୟ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହ ମରଦେହ ପଞ୍ଚଭୂତରେ ଲୀନ ହୋଇଯାଇଛି।

ତାଙ୍କର ଏହି ଅକାଳ ବିୟୋଗରେ ରାଜନୀତି, ସାମ୍ବାଦିକତା ଏବଂ ପ୍ରଶାସନିକ ସ୍ତରର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୋକ ପ୍ରକାଶ କରିଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି:  ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶାରଦା ପ୍ରଧାନ, ବିଧାୟକ ଅମର ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ଶରତ କର ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର, ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସ, ବିଜେପି ନେତା ସୁମନ୍ତ ଘଡେଇ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ମାସୁଦ ଅଲ୍ଲୀ, ନାରୀନେତ୍ରୀ ଯାଜ୍ଞସେନୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ସରୋଜବନ୍ଧୁ ଦାଶ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା ଏବଂ ବ୍ଲକ କଂଗ୍ରେସ ସଭାପତି ଦୀପକ ମହାନ୍ତି।, ପୂର୍ବତନ ଆଇଏଏସ ଉପେନ୍ଦ୍ର ନାଥ ବେହେରା, ଅନିଲ ସାମଲ, ଇଂ ସହଦେଵ ଖଟୁଆ, ଡକ୍ଟର ଭାବଗ୍ରାହୀ ରାଉତ, ଇଂ ଅମରେନ୍ଦ୍ର ମହାନ୍ତି, ଆଇନଜୀବୀ ଶ୍ରୀବନ୍ତ ଜେନା, ସୁଶାନ୍ତ ମହାନ୍ତି ଏବଂ ଯତୀନ୍ଦ୍ର ମହାନ୍ତି,  ସାମ୍ବାଦିକ ସୁମନ୍ତ କୁମାର ଜେନା, ଅଖିଳେଶ ପଦ ମହାନ୍ତି, ଅଜୟ ମହାନ୍ତି, ଲକ୍ଷ୍ମୀଧର ଖୁଣ୍ଟିଆ, ଅଶୋକ ଦାଶ, ଅମରେନ୍ଦ୍ର ସିଂ, ପ୍ରଦ୍ୟୁମ୍ନ ବାରିକ, ରଶ୍ମିରଂଜନ ମହାନ୍ତି, ରମେଶ ସାହୁ, ସୁବ୍ରତ ମହାନ୍ତି, ତାପସ ବିଶ୍ୱାଳ, ସପ୍ତଜ୍ୟୋତି ରାଉଳ, ଧନେଶ୍ୱର ସେଠୀ, ଅସିତ ସାମଲ, ଦାମୋଦର ପରିଡା, ହରିହର ସାହୁ, ସୁରେଶ ବଳ, ରାମକୃଷ୍ଣ ସାହୁ, ସତ୍ୟ ବାରିକ, ଦୈତାରୀ ସାହୁ, ଅମୀୟ ନାୟକ, ବିଜୟ କୁଅଁର, ରମେଶ ଦାସ, ଅକ୍ଷୟ ରାଉଳ, ପ୍ରକାଶ ନାୟକ, ଅରୁଣ ଲେଙ୍କା, ଶରତ ସିଂ, ଯଯାତି ସିଂ, ବିବେକାନନ୍ଦ ଦାସ ଏବଂ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ସାହୁଙ୍କ ବିୟୋଗ ମାହାଙ୍ଗା ଅଞ୍ଚଳର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ ପ୍ରକାଶ କରିଛନ୍ତି। କଟକ ଜିଲ୍ଲା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ତରଫରୁ  ସନ୍ତୋଷ କାନୁନ୍‌ଗୋ, ବିଷ୍ଣୁଚରଣ ବେହେରା, ମହେନ୍ଦ୍ର ବେହୁରା, ବ୍ରହ୍ମାନନ୍ଦ ଲେଙ୍କା, ଅଜୟ ମହାନ୍ତି ପ୍ରମୁଖ  ଶ୍ରୀ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *