ମହିଳାଙ୍କୁ  ନଦୀକୂଳରୁ ଝାମ୍ପିନେଲା କୁମ୍ଭୀର

ଜିଲା ଖବର ଯାଜପୁର ରାଜ୍ୟ
Spread the love

ବରୀ, ୬/୧୦: ବନ୍ୟାଜଳ କମ ଥାଇ ସୁଦ୍ଧା ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମହଲା ସାହିର ସୌଦାମିନୀ ମହଲା(୫୭) ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ କୂଳରୁ କୁମ୍ଭୀର ତାଙ୍କୁ ଟାଣି ନେଇଛି। ସ୍ଥାନୀୟ ଲୋକେ ଖବର ପାଇ ହୋ ହାଲ୍ଲା କରିବାରୁ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରେ ବୁଡାଇ ମାରିଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ଲୋକଙ୍କୁ ଅତ୍ୟନ୍ତ ଭୟଭୀତ କରିଛି।ପ୍ରକାଶ ଥାଉକି, ପ୍ରଶାସନ ପକ୍ଷରୁ ବାରମ୍ବାର ନଦୀକୁ ନ ଯିବାକୁ ସଚେତନ କରାଯାଉଥିବା ବେଳେ ସ୍ଥାନୀୟ ନଦୀକୂଳିଆ ଲୋକଙ୍କ ଅସାବଧାନତା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ମହିଳାଙ୍କ ପତ୍ତା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *