Screenshot 2025 07 21 142442

ରେଭେନ୍ସା ରାଗିଂ ଘଟଣାର ନାଟକୀୟ ମୋଡ଼: କେହି ରାଗିଂ ଅଭିଯୋଗ କରିନାହାଁନ୍ତି କହିଲେ ପ୍ରଥମ ବର୍ଷ ଛାତ୍ର

ରାଜ୍ୟ
Spread the love

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗର ନାଟକୀୟ ମୋଡ଼। କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ଛାତ୍ରଙ୍କ ଧାରଣା। ଉଭୟ ୟୁଜି ପ୍ରଥମ ଓ ତୃତୀୟ ବର୍ଷ ଛାତ୍ର ଦେଇଛନ୍ତି ଧାରଣା। କେହି ରାଗିଂ ଅଭିଯୋଗ କରିନଥିବା କହିଲେ ପ୍ରଥମ ବର୍ଷ ଛାତ୍ର। ସୂଚନା ଅନୁସାରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ଥିଲା। ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିଲା।

ଅନ୍ୟପଟେ ରେଭେନ୍ସାରେ ରାଗିଂ ଘଟଣା ନେଇ ପ୍ରତିକ୍ରୟା ରଖିଲେ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର। ଏହି ଘଟଣା ସତ ବୋଲି କହିବା ସହ ରାଗିଂ ହୋଇଥିବାର ନେଇ ପ୍ରମାଣ ରହିଛି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭିଡିଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳିଗୁଲଜ କରୁଥିଲେ।

ଘଟଣାସ୍ଥଳରେ ଚିଫ ୱାର୍ଡେନ, ଡେପୁଟି ୱାର୍ଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇ ଜଣ ସଦସ୍ୟ ଥିଲେ। ଆଣ୍ଟି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ। ରାଗିଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସା କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ୧୦ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଛନ୍ତି।

Leave a Reply

Your email address will not be published. Required fields are marked *