Screenshot 2025 07 21 141741 750

ସରଣ୍ଡା ଜଙ୍ଗଲରୁ ଜବତ ହେଲା ମାଓ ବିସ୍ଫୋରକ ସାମଗ୍ରୀ

ରାଜ୍ୟ
Spread the love

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ। ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ମାଓ ଗତିବିଦ୍ଧି ଉପରେ ନଜର ରଖିଛି ଝାଡ଼ଖଣ୍ଡ ପୋଲିସ।

ସରଣ୍ଡା ଜଙ୍ଗଲରେ ଜୋରଦାର ଭାବେ ଚାଲିଛି ମାଓ ବିରୋଧୀ ସର୍ଚ୍ଚ ଅପରେସନ। ଯବାନଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ IED ଖଞ୍ଜା ଯାଇଥିଲା । ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଚାଇବାସା ଟୋକଲ ଥାନା ଏବଂ ସରାଇକେଲା ଖରସୁଆଁ କୁଚାଇ ଥାନା ଅଞ୍ଚଳ ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ୨ କେଜିର ୧୪ଟି ଆଇଇଡି ବୋମା ସହ ଦେଶୀ ଗ୍ରେନେଡ଼ ଏବଂ ଆମୋନିଅମ ନାଇଟ୍ରେଟ ପାଉଡର, ବାରୁଦ ଆଦି ଜବତ କରିଛି ସୁରକ୍ଷା ବାହିନୀ।

ଏଥିସହ ସମସ୍ତ ମାଓ ସାମଗ୍ରୀକୁ ଉଦ୍ଧାର ପରେ ନଷ୍ଟ କରାଯାଇଛି। ଝାଡ଼ଖଣ୍ଡ ଜାଗୁଆର ଏବଂ CRPF ସହ ଚାଇବାସା ଏବଂ ସରାଇକେଲା ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଅନୁଯାୟୀ ସରଣ୍ଡା ଜଙ୍ଗଲରେ ଟପ ମାଓନେତା ଅସୀମ ମଣ୍ଡଳ ସହ ମିସିର ବେସରା ଏବଂ ମୋଛୁ ଅନମୋଲ ମାନେ ଆକ୍ଟିଭ ରହିଥିବା ନେଇ ଲଗାତାର ଚଢ଼ାଉ କରାଯାଉଛି।

Leave a Reply

Your email address will not be published. Required fields are marked *