ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିସ

ରାଜ୍ୟ
Spread the love

ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି

ଗଞ୍ଜାମ ଏସପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ ବିସି । ସେ ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୨୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ପ୍ରଥମେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ ।

ଗଞ୍ଜାମ ଏସପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ ବିସି। ସେ ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୨୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ପ୍ରଥମେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଅପରାଧ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ମାଫିଆମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ୨୪ ଘଣ୍ଟା ଲୋକଙ୍କୁ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେବେ ବୋଲି ଏସପି ଶ୍ରୀ ବିସି କହିଛନ୍ତି । ଗଞ୍ଜାମ ପୁଲିସ ଜିଲ୍ଲା ଏକ ବଡ଼ ଜିଲ୍ଲା ହୋଇଥିବାରୁ ସମସ୍ତ ଥାନାଧିକାରୀ, ଏସଡିପିଓ, ଅତିରିକ୍ତ ଏସପି ଏବଂ ଡିଏସପିମାନଙ୍କୁ ନେଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ଆଲୋଚନା କରି ଜିଲ୍ଲା କିପରି ଭାବେ ଅପରାଧମୁକ୍ତ ହୋଇପାରିବ ସେନେଇ କାର୍ଯ୍ୟ କରିବେ ବୋଲି ଏସପି ଶ୍ରୀ ବିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *