ଝଙ୍କଡ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋତିଆଁର ୧୨୧ତମ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ନେଇ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ବିଦ୍ୟାଳୟ ର ଶିକ୍ଷକ ଦୀପକ ମହାନ୍ତି ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ଏକ କାର୍ଯ୍ୟକାରିଣୀ ସମିତିର ଗଠନ କରାଯାଇଛି। ସମିତିର ସଭାପତି ଭାବେ ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଉପସଭାପତି ଚୌଧୁରୀ ମିହିର କୁମାର ଦାସ ଓ ପ୍ରତାପ ଚନ୍ଦ୍ର ରାଉତ, ସମ୍ପାଦକ ସାରଦା ପ୍ରସାଦ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ଶତପଥୀ ଓ ଦେବାଶିଷ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଙ୍କୁ ଚୟନ କରାଯାଇ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଏକ ୧୦ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଆଗାମୀ ରଜ ସଂକ୍ରାନ୍ତି ଦିନ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହିତ ଉତ୍ସବ ନିମନ୍ତେ ଅନ୍ଯ କମିଟି ଗୁଡିକ ଗଠିତ ହେବ । ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ ମାନେ ଉକ୍ତ ଦିନ ବୈଠକରେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନିମନ୍ତେ ନବଗଠିତ କମିଟି ପକ୍ଷରୁ ନିବେଦନ କରାଯାଇଛି। ଏହି ୧୨୧ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଘୋଷଣା କରିଥିଲେ । ଆଜିର ବୈଠକ ରେ ଦେବେନ୍ଦ୍ର ଆଚାର୍ଯ୍ୟ, ସଂଗ୍ରାମ ରାଉତ,ଆଲୋକ ସାହୁ, କିଶୋର ଭୋଳ, ଅମରେନ୍ଦ୍ର ଆଚାର୍ଯ୍ୟ,ସଂଦିପ ମିଶ୍ର, ସ୍ବରୂପ ଦାଶ,ପ୍ରମୋଦ ବାରିକ,ସନାତନ ମଲ୍ଲିକ, ବିନୋଦ ରାଉତ ଓ ରାକେଶ ମଲ୍ଲ ଉପସ୍ଥିତ ରହି ମତାମତ ରଖିଥିଲେ ।
