ଝଙ୍କଡ଼ : ପତିତପାବନ ବିଦ୍ୟାଳୟ ସମୂହ, ଆମ୍ବେରୀ ତରଫରୁ ୭୭ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଅଛି | ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସବୁଜ ଶପଥ ଗ୍ରହଣ କରାଯାଇଥିଲା | ଏହି ଅବସରରେ ପରିବେଶପ୍ରେମୀ ବିକ୍ରମ ମହାନ୍ତିଙ୍କ କବିତା ‘ଗଛର ଲୁହ’ ବେସ୍ ଗମ୍ଭୀରତା ସୃଷ୍ଟି କରିଥିଲା, ଏହି ଭାବ ବିହ୍ଵଳ କବିତା ମାଧ୍ୟମରେ ବୃକ୍ଷ କୁ ଭଲ ପାଇବା ଶିଖାଯାଇଥିଲା |
ଆମ ଅଞ୍ଚଳରେ ବହୁଳ ସଂଖ୍ୟାରେ ବହୁଳ ସଂଖ୍ୟାରେ ବୃକ୍ଷ ରୋପଣ କରିବା ସହ ତାର ରକ୍ଷଣ ପ୍ରତି ପ୍ରତିବଦ୍ଧତା ରଖିବା ପାଇଁ ମୁଖ୍ୟଅତିଥି ଆହ୍ୱାନ ଦେଇଥିଲେ | ପତିତପାବନ ଉଚ୍ଚ ବିଦ୍ୟାଳୟ ର ଇକୋ ଶିକ୍ଷକ ପ୍ରକୃତି ବନ୍ଧୁ ବିଶ୍ୱନାଥ ଷଡ଼ଙ୍ଗୀଙ୍କ ସଂଯୋଜନାରେ ସଚେତନାତ୍ମକ ସଭା, ଆଲୋଚନାଚକ୍ର, ସବୁଜ ଶପଥ ଗ୍ରହଣ, ବିଦ୍ୟାଳୟ ପରିସରରେ ୨୦୦୦ ମସିହାର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଉପହାର ସ୍ୱରୂପ ପ୍ରଦତ୍ତ ବୃକ୍ଷ ରୋପଣ କାର୍ଯ୍ୟ, ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକଙ୍କୁ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପାଦେୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଦେବେନ୍ଦ୍ରନାଥ ସୂତାର, ହିନ୍ଦୀ ଶିକ୍ଷକ ରବି ନାରାୟଣ ସାହୁ, ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶାଶ୍ଵତୀ ମହାନ୍ତି, ସଂଯୁକ୍ତା ମିଶ୍ର ଏବଂ ବିଦ୍ୟାଳୟ ର କର୍ମଚାରୀ ରାଜ କିଶୋର ଦାସ, ନୃସିଂହ ଚରଣ ବାରିକ, ରବୀନ୍ଦ୍ର କୁମାର ବାରିକ, ମାନସ କୁମାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ |
