ଝଙ୍କଡ଼ : ତିର୍ତ୍ତୋଲ କୋର୍ଟ ପକ୍ଷରୁ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ବନ ମହୋତ୍ସବ ପାଳନ ଅବସରର ତିର୍ତ୍ତୋଲ କୋର୍ଟ ପରିସରରେ ଶତାଧିକ ଫଳ,ଔଷଧୀୟ ବୃକ୍ଷ ରୋବଣ କରାଯାଇଥିଲା।ଆଜିର ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା, ଉପକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବୃକ୍ଷ ରୋବଣ ସହିତ ଏହାର ଯତ୍ନ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ତାଲୁକ ଆଇନିସେବା ସମିତି ଅଧ୍ୟକ୍ଷ ତଥା ତିର୍ତ୍ତୋଲ କୋର୍ଟର ବିଚାର ପତି ସିଓନା ସିଦ୍ଧାର୍ଥ ମହାରଣା ଙ୍କ ପ୍ରତକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନିସେବା ସମିତିର ଅନାମ ଚରଣ ଭୋଇ,ତିର୍ତ୍ତୋଲ ଓକିଲ ସଂଘ ସଭାପତି ସରୋଜ କୁମାର ପାଣିଗ୍ରାହୀ, ସମ୍ପାଦକ ଟୁକନ ଚରଣ ସେଠୀ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ନାରାୟଣ ମହାନ୍ତି, ସାରଦା ପ୍ରସନ୍ନ ଚୌଧୁରୀ, ବିନୟ ସ୍ବାଇଁ ପ୍ରମୁଖ ଆଇନିଜୀବି ବଡବାବୁ ଜ୍ୟୋସ୍ନା ରାଣୀ ମୁର୍ମୁ,ରାହାମା ର ବନ୍ୟ ଅଧିକାରୀ ବିରଞ୍ଚି ନାରାୟଣ ଆପାଟ,ଓ ଅନ୍ୟ ବନ୍ୟକର୍ମଚାରି,କୋର୍ଟ ଏସ ଆଇ ଆଶାଲତା କଣ୍ଠ,ତିର୍ତ୍ତୋଲ ପୋଲିସ ଏ ଏସ ଆଇ ଗୁଣଲତା ଜେନା ଓ ଅନ୍ୟ କର୍ମଚାରୀ,ତିର୍ତ୍ତୋଲ କୋର୍ଟ ର ସମସ୍ତ କର୍ମଚାରୀ ଯୋଗଦେଇ ଗଛ ଲଗାଇଥିଲେ।
