ଗୁଣୁପୁର ଶନିଘାଟ ବିରୂପା ନଦୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ

ରାଜ୍ୟ
Spread the love

ମାହାଙ୍ଗା :  ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତରେ ଅବସ୍ଥିତ ଗୁଣୁପୁର ଶନି ଘାଟ ନିକଟରେ ଆଜି ଜଣେ ନାବାଳକ ଛାତ୍ର ବିରୂପା ନଦୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି। ଆଜି ଶନି ଓଷା ଓ ଶନିଶ୍ଚରଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ଶନି ମନ୍ଦିରରେ ପାଣି ଢ଼ାଳିବାକୁ ବହୁ ଶ୍ରଦ୍ଧାଳୁ ଆସିଥିବା ବେଳେ ଦୁଇ ସାଙ୍ଗ ମଧ୍ଯ ମନ୍ଦିର ବାହାରିଥିଲେ । କୁସୁପୁର ପଞ୍ଚାୟତ ଅନ୍ତର୍ଗତ ବାଗସରପୁର ଗ୍ରାମର ମୃତ୍ୟୁଞ୍ଜୟ ସେଠୀ ଓ ତାଙ୍କ ସାଙ୍ଗ ରାହାଣିଆ ପଞ୍ଚାୟତ କାଳୀଅଣ୍ଟୀ ଗ୍ରାମର ପଦ୍ମଲୋଚନ ଜେନା (୧୭ ବର୍ଷ ) ବାଗସରପୁର ଠାରେ ବିରୂପା ନଦୀ ପାଣିରେ ପଶି ନଦୀ ପାର୍ ହେଉଥିବା ବେଳେ ଅସାବଧାନତା ବସତ ପଦ୍ମଲୋଚନ ପାଣିରେ ବୁଡି ଯାଇଥିଲେ। ସାଙ୍ଗ ମୃତ୍ୟୁଞ୍ଜୟ ବଡପାଟିରେ ଡାକ ପକାଇଥିଲେ ମଧ୍ୟ ମାଇକ ସାଉଣ୍ଡ ଯୋଗୁ ତାଙ୍କ ଡାକ କାହାକୁ ଶୁଣା ଯାଇନଥିଲା ।

ସେ ଅନ୍ୟ ମାନଙ୍କର ଦୃଷ୍ଟି ଆକର୍ଷଣ କଲା ବେଳକୁ ପଦ୍ମଲୋଚନ ସଂପୂର୍ଣ୍ଣ ବୁଡି ଯାଇଥିଲେ।
କିଛି ସମୟ ଖୋଜାଖୋଜି ପରେ ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମାହାଙ୍ଗା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତର ଖାନା ପଠାଇଛନ୍ତି। ମୃତ ପଦ୍ମଲୋଚନ ଙ୍କ ପିତା ବିଜୟ ଜେନା ସୁଦୂର କଲିକତାରେ ଏକ ଘରୋଇ ଉଦ୍ୟୋଗରେ କାମ କରୁଥିବାର ଶୁଣିବାକୁ ମିଳିଛି। ତାଙ୍କ ପାଖକୁ ଖବର ପଠାଯାଇଛି ସେ ଆସିବା ପରେ ଶବ ସତ୍କାର ହେବ ବୋଲି ଜଣାଯାଇଛି। ସେ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ +୨ ଦ୍ଵିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଥିଲେ ବୋଲି ଜଣାପଡିଛି। ସଂପୃକ୍ତ ଛାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *