ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ

ଖୋର୍ଦ୍ଧା ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨୨/୧୦ : ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମବାହିନୀ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍‌ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *