କଟରା ପଞ୍ଚାୟତରେ ବିଜେପିର ସାଙ୍ଗଠନିକ ବୈଠକ

ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ, କଟରା ଗ୍ରାମପଞ୍ଚାୟତ ରେ ବିଜେପି ର ଏକ ସାଙ୍ଗଠନିକ ବୈଠକ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନ କୁ ତୃଣମୂଳ ସ୍ତରରୁ ସୁଦୃଢ ଓ ଅଧିକ ମଜଭୂତ କରିବାର ଲକ୍ଷ୍ୟନେଇ, ଆହୁତ ଏହି ବୈଠକ ରେ ଅବସରପ୍ରାପ୍ତ ଶିକ୍ଷକ ସାରଦା ପ୍ରସାଦ ଚଇନି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସେବାନିବୃତ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ ଧୀରେନ୍ଦ୍ରନାଥ ବିଶ୍ୱାଳ, ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ, ପ୍ରଧାନଶିକ୍ଷକ ରତ୍ନାକର ସ୍ୱାଇଁ ପ୍ରମୁଖ, ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ରାଜ୍ୟମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ୱାରା ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ନିମନ୍ତେ, ସରକାରଙ୍କର ସମସ୍ତ ଜନକଲ୍ୟାଣ ଯୋଜନା ବିଷୟରେ, ସାଧାରଣ ଲୋକମାନଙ୍କୁ ସଚେତନ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ସେବାନିବୃତ ମତ୍ସ୍ୟବିଭାଗ ଅଧିକାରୀ ମହେନ୍ଦ୍ର କୁମାର ଦାସ, ଖ୍ୟାତନାମା ରାଜନେତା ରାଜକିଶୋର ସ୍ୱାଇଁ, ଯୁବନେତା ବିକ୍ରମ ରାଉତ, ବରିଷ୍ଠନାଗରିକ, ରବୀନ୍ଦ୍ର ବିଶ୍ୱାଳ, ନିତ୍ୟାନନ୍ଦ ବିଶ୍ୱାଳ, ସୁଧାଂଶୁଭୂଷଣ ନାୟକ, ସାରଦା ପ୍ରସାଦ ପାତ୍ର, ସୁବାସ ଚନ୍ଦ୍ର ସେଠି, ପ୍ରତାପ ଚନ୍ଦ୍ର ରାଉତ, ପ୍ରଭାତ ମହାରଣା, ଦେବାଶିଷ ବିଶ୍ୱାଳ, ଅଜୟ କୁମାର ଦାସ, ସମୀର ମଲ୍ଲିକ, ବିଜୟ ରାଉତ, ଅଜୟ କୁମାର ସେଠି, ପ୍ରଭଞ୍ଜନ ବିଶ୍ୱାଳ ଓ ହେମାଙ୍ଗିନୀ ପାଳ ପ୍ରମୁଖ ଦଳୀୟ ସଙ୍ଗଠନ କୁ ସକ୍ରିୟ ଓ ଗତିଶୀଳ କରିବାପାଇଁ ନିଜନିଜ ର ସୁଚିନ୍ତିତ ପ୍ରସ୍ତାବ ଓ ମତାମତ ଉପସ୍ଥାପନ କରିଥିଲେ l ଶତାଧିକ କର୍ମୀ ଓ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଏହି ବୈଠକ ରେ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ, ଶେଷରେ ସୁଧାଂଶୁ ଭୂଷଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *