କୈବଲ୍ୟ କୃଷକ ଉତ୍ପାଦନ ସଂଗଠନର ସାଧାରଣ ପରିଷଦ ବୈଠକ

ରାଜ୍ୟ
Spread the love

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଅଗ୍ରଣୀ କୃଷକ ସଂଗଠନ “କୈବଲ୍ୟ” କୃଷକ ସଂଗଠନର ପଞ୍ଚମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠାନର ଚେୟାରମ୍ୟାନ ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁହୁଣ୍ଡା ଗ୍ରାମ ପଞ୍ଚାୟତ ସଭା ଗୃହରେ ଆୟୋଜିତ ଏହି ସାଧାରଣ ପରିଷଦ ବୈଠକକୁ ମାହାଙ୍ଗା ବ୍ଲକ କୃଷି ଅଧିକାରୀ ବି ପି ରୋଜାଲିନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ l
ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବ୍ଲକ ସହକାରୀ କୃଷି ଅଧିକାରୀ ସାର୍ଥକ ପାଣି ଯୋଗଦେଇ କୃଷକ ମାନଙ୍କ ଅର୍ଥନୈତିକ ବିକାଶ ପାଇଁ କୈବଲ୍ୟ ନିରନ୍ତର ଭାବେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ l
ଏଥିରେ ମୁଖ୍ୟବକ୍ତା ଭାବେ କୁଣ୍ଡି କୃଷି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଯୋଗଦେଇ କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବାରେ କୈବଲ୍ୟର ପ୍ରୟାସ ବେଶ ପ୍ରଶଂସନୀୟ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ,ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସୁରେଶ କୁମାର ଜେନା,ନିର୍ମାଲ୍ୟ କୃଷକ ଉତ୍ପାଦନ ସଂଗଠନର ଚେୟାରମ୍ୟାନ ସ୍ନେହଲତା ସିଂ,ପ୍ରମୁଖ ଯୋଗଦେଇ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ l
ନିଗମର ଜିଲ୍ଲା ସଂଯୋଜକ ଅନନ୍ତ ଗୋପାଳ ପ୍ରତିହାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୈବଲ୍ୟ ବୋର୍ଡ ଡାଇରେକ୍ଟ ରାହାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ଡାଇରେକ୍ଟ ସେକ ତନିମ,ସି ଇ ଓ ସବିତା ସେଠୀ,ମନୋଜ କୁମାର ଦାସ,ଅଶୋକ କୁମାର ରାଉତ,ରମେଶ ଯେନା,ପରମାନନ୍ଦ ମହାନ୍ତି,ପ୍ରମୁଖ ପରିଚାଳନା କରିଥିଲେ l
ଅଗ୍ରଣୀ ଚାଷୀ ମହେଶ୍ୱର ରାଉତ, ଭାଗ୍ୟଧର ବେହେରା,ବ୍ରଜ କିଶୋର ପରିଡା, ଅଜୟ ସ୍ୱାଇଁ, ଅରୁଣ ରାଉତ, ସମିରଣ ରାଉତ, ଭଗବାନ ପଲେଇ, ରାମଚନ୍ଦ୍ର ବେହେରା, ଶ୍ୟାମ ସୁନ୍ଦର ବେହେରା,ଦାଶରଥି ସାହୁ,ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ l
ଆଗାମୀ ଦିନରେ କୈବଲ୍ୟ କୃଷକ ସଂଗଠନକୁ ଆହୁରି ସଂଗଠିତ କରାଯିବା ସହିତ ଚାଷୀ ମାନଙ୍କୁ ବିହନ, ସାର, କୀଟନାଶକ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପରିଚାଳନା କମିଟିର ସଦସ୍ୟ ମାନେ ପ୍ରତିଶୃତି ଦେଇଥିଲେ l ଏପରିକି କୃଷକ ମାନଙ୍କ ଠାରୁ ମୁଗ, ସୋରିଷ, ପନି ପାରିବା କ୍ରୟ ନିମନ୍ତେ ନିଷ୍ପତି ନିଆଯାଇଥିଲା l
ଶତାଧିକ କୃଷକ ଏହି ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *