760cc064 72cd 4257 9e20 9112db27ebe5

ସାରଳା ଦାସ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଝଙ୍କଡ଼ ସାହିତ୍ୟ ସଂସଦର ସାରସ୍ୱତ ସମ୍ମେଳନ ଓ କବିତା ପାଠୋତ୍ସବ

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ  : ରଜ୍ୟର ଏକ ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଙ୍ଗଠନ, ଝଙ୍କଡ଼ ସାହିତ୍ୟ ସଂସଦ ତରଫରୁ  ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ଶ୍ରାଦ୍ଧୋତ୍ସଵ ଉପଲକ୍ଷେ  ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ର ଆଦିକବି ସାରଳା ଦାସ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲକ ବିହାରୀ ପଳାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ, ଆଦିକବି ସାରଳା ଦାସ ସାଂସ୍କୃତିକ ପାରିଷଦ ର ସଭାପତି ବିରଜା ପ୍ରସନ୍ନ ପରିଜା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରସାଶନିକ ଅଧିକାରୀ ନାରାୟଣ ନାୟକ ଓ ସମ୍ମାନିତ ଅତିଥି ଭାବରେ ଡଃ ବିଷ୍ଣୁପ୍ରିୟା ଦାସ , ଡଃ ଆରତୀ ତ୍ରିପାଠୀ , ପଣ୍ଡିତ ରବିନାରାୟଣ ପଣ୍ଡା, ଆଇନଜୀବି ପ୍ରଶାନ୍ତ କୁମାର ଦାସ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ, ସାରଳା ଦାସ ଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ବ ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସାରଳା ଦାସ ଙ୍କ ସମାଧିପୀଠ ର ଆବଶ୍ୟକୀୟ ଉନ୍ନତି ଓ ଯଥାର୍ଥ ବିକାଶ ହୋଇ ପାରିନଥିବାରୁ ଏହି ସଭାରେ ଉଦବେଗ ପ୍ରକାଶ ପାଇଥିଲା। ପଣ୍ଡିତ ବାସବ ନନ୍ଦ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। କବି ଦିଗାମ୍ବର ରାଉତ ଓ ଝଙ୍କଡ଼କନ୍ୟା ସବିତା ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ରେ ଅଶୋକ କୁମାର ଲେଙ୍କା, ଅଞ୍ଜନା ମହାନ୍ତି , ରମାକାନ୍ତ ଦାସ , ଜୟନ୍ତୀ ଦାସ , ପାଏଲ୍ ମଣ୍ଡଳ, ଦେବେନ୍ଦ୍ର ନାଥ କର , ପ୍ରଭାତ କୁମାର ପରିଜା , ଶ୍ରଦ୍ଧାଞ୍ଜଳୀ ଦାସ , ନିରଞ୍ଜନ କୁଅଁର , ମାତୃପ୍ରସାଦ ସତ୍ରୁଜିତ୍ , ଧର୍ମାନନ୍ଦ ମଲ୍ଲିକ, ଅଶ୍ଵିନୀ ପରିଜା, ବାସୁଦେବ ପଟ୍ଟନାୟକ , ନିରଞ୍ଜନ ନାୟକ, ନିର୍ମଳା ସାହୁ , ହେମନ୍ତ କୁମାର ପାଳ ଓ ନିତ୍ୟାନନ୍ଦ ନାୟକ ପ୍ରମୁଖ ନିଜ ନିଜର ସ୍ବରଚିତ କବିତା ପାଠ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ , ସାରଳା ଦାସ ସାଂସ୍କୃତିକ ପାରିଷଦ ର ସମ୍ପାଦକ ଚିତ୍ତରଞ୍ଜନ ପରିଜା ଙ୍କ ସମେତ ସଂସଦ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ପ୍ରଶଂସାପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ ମଧ୍ୟ କରାଯାଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ଝୁଲାରାମ ଦାସ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *