A586b0d2 2228 47a5 89ca 49beea6f3d2d

ଦିଲ୍ଲୀରେ ବିଜେପିର ବିପୁଳ ବିଜୟ ଉପଲକ୍ଷେ ସାରଳାପୀଠରେ ସମୁହ ଦୀପଦାନ !

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା କୁ ଆଧାର କରି ଚଳିତ ବିଧାନସଭା ନିର୍ବାଚନରେ , ମୋଟ ଆସନସଂଖ୍ୟା ୭୦ ରୁ ୪୭ ଆସନରେ ବିଜେପି ବିପୁଳ ବିଜୟ ଲାଭ କରିଥିବାରୁ, ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖସ୍ଥ ସିଂହଦ୍ବାରରେ  ସାରଳା ମଣ୍ଡଳ ତରଫରୁ ଗତ ଶନିବାର ସନ୍ଧ୍ୟାରେ ଏକ ସମୁହ ଦୀପଦାନ କାର୍ଯକ୍ରମ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ସାରଳାମଣ୍ଡଳ ବିଜେପିର ଉପସଭାପତି ରଜନୀକାନ୍ତ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ସିଂହ, ସର୍ବେଶ୍ଵର ଭଟ୍ଟ , ସ୍ଵପ୍ନସରିତ ପରିଡ଼ା ( ଜଗା) କାହ୍ନୁ ଚରଣ ସାମଲ, ବରଦା ପ୍ରସାଦ ସାହୂ, ତାପସ କୁମାର ମହାନ୍ତି, ଝରାଶ୍ରୀ ରାଉତ, ଲଳିତ ମହାନ୍ତି, ତାପସ ମଲ୍ଲିକ , ପିନାକୀ ସ୍ୱାଇଁ , ମନୋଜ କୁମାର ଦାସ, ଶଶୀଭୂଷଣ ଦାସ, ବିଜୟ କୁମାର ସାହୁ, ପ୍ରଦୀପ୍ତ ବେହେରା, ଜୟନ୍ତ କୁମାର ସାହୁ , ସୂର୍ଯ୍ୟକାନ୍ତ ଦାଶ , ମହେଶ ନାୟକ, ନିରଞ୍ଜନ ନାୟକ, ଦିଲ୍ଲୀପ ମହାନ୍ତି, ସହଦେବ ସାହୁ, ଦୁର୍ଗାଦତ୍ତ ମହାନ୍ତି, ପ୍ରମୋଦ ସ୍ୱାଇଁ, ମୃତ୍ୟୁଞ୍ଜୟ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ, ପରସ୍ପର ମଧ୍ୟରେ ମିଠା ଖୁଆଇ, ବାନଣ୍ ଫୁଟାଇ ଖୁସି ମନାଇ ଥିଲେ, ପଣ୍ଡିତ ସୁଶୀଲ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ମନ୍ତ୍ର ପାଠ କରିଥିବା ବେଳେ , ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ ପାଇଁ ସମସ୍ତେ ଏକାଠି ମିଳିମିଶି କାମ କରିବା ପାଇଁ, ଉପସ୍ଥିତ ନେତୃବୃନ୍ଦ ଆହ୍ଵାନ ଦେଇଥିଲେ !!

Leave a Reply

Your email address will not be published. Required fields are marked *