ଗମ୍ଭୀର ହେଲାଣି ନିଟ୍‌ ପ୍ରଶ୍ନ ଲିକ୍‌ ପ୍ରସଙ୍ଗ: ଚକ୍‌ମା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକ୍‌ମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ହଠାତ୍‌ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ପୁଲିସ ଓ ଗୁଇନ୍ଦା ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। କଂଗ୍ରେସ ଦଳର ଏହି ରଣନୀତି କିଛି ସମୟ ପାଇଁ ସରକାର ଓ ପ୍ରଶାସନର ନିଦ […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ; ଭକ୍ତଙ୍କ ହେବ ପ୍ରବଳ ସମାଗମ

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରି ଆସୁଛି। ଆସନ୍ତାକାଲି (ଗୁରୁବାର) ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଆ‌ୟୋଜନ ହେବ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ହେବ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ଚଳିତ ଥର ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର […]

ସଂପୂର୍ଣ୍ଣ ପଢନ୍ତୁ

ସିଏମ୍‌ଓରୁ ଫାଇଲ ହଜିଯିବା ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯିବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ଚର୍ଚ୍ଚିତ ମାମଲାକୁ ନେଇ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଭୁବନେଶ୍ବର ଏସିପି ଜୋନ୍-୧ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍‌ ମାଧ୍ୟମରେ ଭିକେ ପାଣ୍ଡିଆନ୍‌ଙ୍କୁ ଆଗାମୀ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ […]

ସଂପୂର୍ଣ୍ଣ ପଢନ୍ତୁ

୭ ଦିନ ମଧ୍ୟରେ ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ସରକାରୀ ଆବାସିକ କ୍ୱାର୍ଟରର ସଠିକ୍ ପରିଚାଳନା, ଅନଧିକୃତ ଦଖଲ ରୋକିବା ଓ ବିଦ୍ୟୁତ୍‌, ପାଣି ସମେତ ଅନ୍ୟାନ୍ୟ ସରକାରୀ ପ୍ରାପ୍ୟ ଆଦାୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପୁଣି ଥରେ କଡ଼ା ତାଗିଦ କରିଛି। ପୂର୍ବରୁ ଜାରି ନିର୍ଦ୍ଦେଶ ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁପାଳନ ରିପୋର୍ଟ ଦାଖଲ କରାଯାଇନଥିବାରୁ ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ସହ ବିସ୍ତୃତ ରିପୋର୍ଟ ପଠାଇବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ କଳୀପ୍ରସନ୍ନ […]

ସଂପୂର୍ଣ୍ଣ ପଢନ୍ତୁ
Highcourt 750x430 1

ସୁଭଦ୍ରା ଯୋଜନାକୁ ବିରୋଧ କରି ଜନସ୍ବାର୍ଥ ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

କଟକ: ସୁଭଦ୍ରା ଯୋଜନା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏଥି ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରମାକାନ୍ତ ନାୟକଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଦାୟର ଆବେଦନରେ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ରଥଯାତ୍ରା ଭିଡ଼ ଅଘଟଣ: ମୃତ ଅନିଲ ଓ ଅଶୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା

ପୁରୀ ରଥଯାତ୍ରାରେ ପ୍ରବଳ ଭିଡ଼ ଓ ଅସମ୍ଭାଳ ଗହଳି ଯୋଗୁଁ ପ୍ରାଣ ହରାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ପ୍ରଦାନ କରାଯିବ। ଚଳିତ ରଥଯାତ୍ରା ଦିନ ଅତ୍ୟଧିକ ଗହଳି କାରଣରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ନବଗ୍ରାମ ରାଧାନଗରର ଯୁବକ ଅନିଲ ଦାସ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

୧୧୯ ଗ୍ରାମ ବ୍ରାଉନସୁଗାର ସହ ୨ ଗିରଫ

ଜଗତସିଂହପୁର: ଆଜି (ମଙ୍ଗଳବାର) ଜଗତସିଂହପୁର ଅବକାରୀ ରେଞ୍ଜ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ଏବଂ ଜଗତସିଂହପୁର ଅବକାରୀ ଥାନା ମିଳିତ ଭାବେ ଚଢାଉ କରି ଦୁଇ ନିଶାବେପାରୀଙ୍କୁ ଗିରଫ କରିଛନ୍ତି। ବେପାର‌ରେ ବ୍ୟବହୃତ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ଓ ଏକ ଆଣ୍ଡ୍ରଏଡ ଫୋନ ଜବତ କରିଛନ୍ତି। ସୂଚନାଯୋଗ୍ଯ ଯେ ଜଗତସିଂହପୁର ଥାନା ଅନ୍ତର୍ଗତ ବାଇଜଙ୍ଗା ଗ୍ରାମର ଲିଙ୍ଗରାଜ ଲେଙ୍କାଙ୍କ ପୁଅ ଜୀବନ ପ୍ରକାଶ ଲେଙ୍କା (୩୩) ଅନେକ ଦିନ ଧରି ଗୁମୁଟିପୁର ଏବଂ ଆଖପାଖ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
High Court

ଆଇଜି, ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚାକିରିରେ ଜଣେ ପୁଲିସ କନଷ୍ଟେବଳଙ୍କୁ ପୁନର୍ବାର ଅବସ୍ଥାପିତ କରିବା ପ୍ରସଂଗରେ ପୂର୍ବରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନ କରିବା କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି , ପୁଲିସ ଡିଆଇଜି(କାର୍ମିକ) ଓ କନ୍ଧମାଳ ଏସପିଙ୍କୁ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କନ୍ଧମାଳ ଜିଲ୍ଲାର ପୂର୍ବତନ କନଷ୍ଟେବଳ ବଂଶୀଧର […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବରରୁ ସର୍ଭେ, ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଏକ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଚଳିତ ବର୍ଷ ଅକ୍ଟୋବରରୁ ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯିବ ଏବଂ ୨୦୨୭ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖଯାଇଛି। ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭିଡିଓ […]

ସଂପୂର୍ଣ୍ଣ ପଢନ୍ତୁ

ରତ୍ନବେଦିକୁ ବାହୁଡ଼ିବାବେ ମହାପ୍ରଭୁ, ଶରଧାବାଲିରେ ପ୍ରସ୍ତୁତି ଆରମ୍ଭ

ପୁରୀ : ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜନ୍ମବେଦିରେ ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କୁ ପ୍ରତ୍ୟାଗମନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ତିନିରଥ ଦକ୍ଷିଣାଭିମୁଖୀ ପ୍ରକ୍ରିୟା ଆରମ୍ଭ ହୋଇଛି। ପରମ୍ପରା ମୁତାବକ ହେରା ପଞ୍ଚମୀ ପରଦିନ ଅର୍ଥାତ ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ ରଥର ଦକ୍ଷିଣି ବା ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବାର ବିଧିକୁ ଅନୁସରଣ ପୂର୍ବକ ଆଜି ଅପରାହ୍‌ଣ ୩ଟା ୧୦ରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହା ପରେ […]

ସଂପୂର୍ଣ୍ଣ ପଢନ୍ତୁ