ନୂଆବର୍ଷ ପୂର୍ବରୁ ଗଢିବ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ବର, ୩୦/୧୧: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ମାଗଣା ରୋଗୀସେବାକୁ ନେଇ ପୂର୍ବ ସରକାରଙ୍କ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ବେଶ ଆଦୃତ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନ, ୩୦/୧୧: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା ସରିଛି। ଆବଶ୍ୟକ କାଗଜପତ୍ର କାମ ମଧ୍ୟ ସରିଥିବାବେଳେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ମଞ୍ଜୁର ଦେଇସାରିଛନ୍ତି। ନିଷ୍ପତ୍ତି ମୁତାବକ, ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ପଠାଯିବ। ସେଗୁଡ଼ିକ ମଧ୍ୟରେ ହଳେ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରଙ୍କ ବଡ ତାଗିଦ୍‌ ସମ୍ପତି ତାଲିକା ନଦେଲେ ପ୍ରମୋସନ ବନ୍ଧ

ଭୁବନେଶ୍ଵର, ୩୦/୧୧: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ, ଏଣିକି ସରକାରୀ କର୍ମଚାରୀଙ୍କ ପ୍ରମୋସନ ବନ୍ଦ। ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ହୋଇଛନ୍ତି। ସମ୍ପତ୍ତି ତାଲିକା ନଦେଲେ ସରକାରୀ କର୍ମଚାରୀ ମାନଙ୍କର ପଦୋନ୍ନତି ହେବ ନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଜାନୁଆରୀ ମାସ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ଶିକ୍ଷାବିତ ଭୂତ ପୂର୍ବ ସରପଞ୍ଚ ସ୍ବର୍ଗତ ଶ୍ରୀଧର ପତି ଙ୍କ 22 ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ।

କଟକ, ୨୯/୧୧: ୪୨ମୌଜା ସ୍ଥିତ କଳପଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ, ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଧର ପତିଙ୍କ ୨୨ତ୍ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରୀଧର ପତି ସ୍ମୃତି କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା କଳପଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସଭାର ଆବାହକ ଥିଲେ ସମାଜସେବୀ ସନ୍ତୋଷ କୁମାର ପତି। ଉକ୍ତ ସଭାରେ ସମାଜସେବୀ ଅଭୟ କୁମାର ମହାପାତ୍ର, ବିଭୁତିଭୂଷଣ […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳର ତପୋବନ ଶାନ୍ତି ଆଶ୍ରମରେ ଆଧ୍ୟାତ୍ମିକ ପରିବେଶ

କନ୍ଧମାଳ, ୨୯/୧୧: ପ୍ରକୃତିର ନୈସର୍ଗିକ ଶୋଭାରାଜି ମଧ୍ୟରେ ଅବସ୍ଥିତ କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ବେଦବିଦ୍ଯା ଆର୍ଷଗୁରୁକୁଳମ୍, ତପୋବନ ଶାନ୍ତି ଆଶ୍ରମରେ ଏକ ଭକ୍ତିମୟ ତଥା ଦିବ୍ୟ ବାତାବରଣ ଦେଖିବାକୁ ମିଳିଛି। ନଗର ଖବର ପରିବାର ଓ ବେଦବିଦ୍ଯା ଆର୍ଷଗୁରୁକୁଳମ୍ ତପେବନ ଶାନ୍ତି ଆଶ୍ରମ ସୌଜନ୍ୟରୁ ଏଠାରେ ଏକ ଭବ୍ୟ ‘ଘୃତ ଯଜ୍ଞ’ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଆଧ୍ୟାତ୍ମିକ ଚେତନାର ଜାଗରଣ ହୋଇଥିଲା। ଏହି ମାଙ୍ଗଳିକ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରାତଃକାଳର ବ୍ରାହ୍ମମୁହୂର୍ତ୍ତରୁ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ସୁଭଦ୍ରାଙ୍କୁ ନୂଆବର୍ଷରେ ଡବଲ୍‌ କିସ୍ତି

ଭୁବନେଶ୍ୱର, ୨୯/୧୧: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି । ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ

ଭୁବନେଶ୍ୱର, ୨୯/୧୧: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ ଖୋଲିବା ନେଇ ସୂଚନା ରହିଛି। ଏହା ସହ ଦେବଗଡ଼, ମାଲକାନଗିରି, ସୋନପୁରରେ ସ୍ବତନ୍ତ୍ର ପୋକ୍ସୋ କୋଟ୍ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ

୧୭,୪୪୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ବର, ୨୯/୧୧: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଶାସନିକ ବ୍ୟୟ ବାବଦରେ ୩,୩୮୯ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୩,୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥି‌ରେ ରାଜ୍ୟ ଯୋଜନାଗୁଡ଼ିକ ପାଇଁ ୧୧,୬୪୩ କୋଟି ଟଙ୍କା, […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ

ଭୁବନେଶ୍ବର ୨୯/୧୧: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ […]

ସଂପୂର୍ଣ୍ଣ ପଢନ୍ତୁ

ଖଣିରେ ଚାଲିଜିବ ୧୪୫ ଗାଁ !

ସୁନ୍ଦରଗଡ଼, ୨୯/୧୧: ସୁନ୍ଦରଗଡ଼ ଜିଲାର ହେମଗିରି ବ୍ଲକ ଆଉ କିଛିଦିନ ପରେ କୋଇଲା ଖଣିରେ ନିଶ୍ଚିହ୍ନ ହୋଇଯିବା ଏହି ବ୍ଲକର ୧୪୫ ଗାଁର ୮୦ ହଜାରରୁ ଅଧିକ ଲୋକ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ। ୭ଟି ପୁରୁଣା ଖଣିରେ ଏହି କ୍ଲବର ଅନେକ ଗାଁ ନିଶ୍ଚିହ୍ନ ହୋଇସାରିଛି। ଅାଉ ୯ଟି ଖଣି ଆସୁଛି। ଯେଉଁ କିଛି ଗାଁ ରହିଯାଇଛି ସେଗୁଡ଼ିକ ମଧ୍ୟ ଏହି ୯ ଖଣିରେ ନିଶ୍ଚିହ୍ନ ହେବାକୁ ଯାଉଛି। ଏହି ୯ ଖଣି ଖୋଳା ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ