ଝଙ୍କଡ : ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ଗ୍ରାମର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଙ୍କର ଗତ 14/8/2026ତାରିଖ ବିଳମ୍ବିତ ରାତ୍ରୀରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିଶ୍ଚିତ ହେଉଥିବାବେଳେ ହୃଦଘାତ ରେ ପରଲୋକ ହୋଇଯାଇଛି l ସ୍ବର୍ଗତ ମହାନ୍ତି ଙ୍କ ପିତା ଦୁର୍ଯ୍ୟୋଧନ ମହାନ୍ତି ( ମହନି ବାବୁ ) ଦୀର୍ଘ ଚାରିଦଶନ୍ଧି ଧରି ଝଙ୍କଡ଼ ସାରଳା ମନ୍ଦିର ର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱବହନ କରିଥିଲେ l ତେନ୍ତୁଳିପଦା ମା ବିଲ୍ଵସାରଳା ମନ୍ଦିରର ଉନ୍ନତିକରଣ, ଗ୍ରାମଦେବତୀ ଓ ଦୋଳମଣ୍ଡପ ର ପୁନଃରୁଦ୍ଧାର କ୍ଷେତ୍ରରେ ସାରଦା ପ୍ରସାଦ ଙ୍କ ଅବଦାନ ଅତୁଳନୀୟ l
ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ସୁପର୍ଣ୍ଣା ମହାନ୍ତି, ପୁତ୍ରବଧୂ କ୍ଷୀରାବ୍ଧି ତନୟା ମହାନ୍ତି, ଭାଇ ବରଦାପ୍ରସାଦ ମହାନ୍ତି, ବିରଜା ପ୍ରସାଦ ମହାନ୍ତି, ଶୁଭ୍ରା ମହାନ୍ତି, ଶୁଭଶ୍ରୀ ମହାନ୍ତି ଓ ଜ୍ୟୋତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଅଗଷ୍ଟପନ୍ଦର ଦିନ ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟକ୍ରିୟା ସମୟରେ ଏକମାତ୍ର ପୁତ୍ର ବେଦାନ୍ତବଲ୍ଲଭ ମହାନ୍ତି ମୁଖାଗ୍ନି ଦେଇଥିଲେ l ଏହି ଅନ୍ତିମପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଅମୀୟରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ମହାନ୍ତି, ପ୍ରୟିସ ମହାନ୍ତି, ଅମୀୟ ମହାନ୍ତି, ଅଭୟ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ସେ ଜଣେ ସରଳ, ମିଷ୍ଟଭାଷି, ବନ୍ଧୁପ୍ରିୟ, ଓ ଆଧ୍ୟାତ୍ମିକବାଦୀ ଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l
