ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ମୁନିଗୋସେଇଁ ମଠ ସ୍ଥିତ ଆଦିକବି ଭବନ ରେ ଗତ ରବିବାର ଦିନ ପୂର୍ବାହ୍ନରେ, ଓଡିଶାସାହିତ୍ୟଏକାଡେମୀ ଓ ଝଙ୍କଡ଼ ସାହିତ୍ୟସଂସଦ ମିଳିତ ଆନୁକୂଲ୍ୟରେ ଏକ ବର୍ଷାଆସର ର ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ, ଓଡ଼ିଆସାହିତ୍ୟ ରେ ବର୍ଷା ଶୀର୍ଷକ ଆଲୋଚନା ଚକ୍ର ଓ ରାଜ୍ୟ ସ୍ତରୀୟ କବିତାପାଠୋତ୍ସବ, ସଂସଦ ର ସଭାପତି ସାରସ୍ୱତସାଧକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ, ପରିବେଶବିତ୍ତ ଡଃ ମିହିର ପଟ୍ଟନାୟକ ମୁଖ୍ୟଅତିଥି, ପାଲାଗାୟକ ଅଭିରାମ ଶତପଥୀ ମୁଖ୍ୟବକ୍ତା ଓ ସମ୍ମାନିତଅତିଥି ଭାବେ ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ ଓ ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଅନୁଷ୍ଠାନର ସଙ୍ଗଠନ ସମ୍ପାଦକ ପଣ୍ଡିତ ବାସବ ନନ୍ଦ ପରିଚୟପ୍ରଦାନ ସହିତ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ l
ପ୍ରତିଷ୍ଠାତା ସମ୍ପାଦକ କବି ଗୋଲକବିହାରୀ ପଲାଇ ସ୍ୱାଗତଭାଷଣ ଦେଇଥିବାବେଳେ, ଝଙ୍କଡ଼କନ୍ୟା ସବିତା ନାୟକ,ପ୍ରିୟତମା ସାହୁ ଓ ପ୍ରତିଭା ମିଶ୍ର ଙ୍କ ସଂଯୋଜନା ରେ ଷାଠିଏ ଜଣରୁ ଉର୍ଦ୍ଧ କବିକବୟିତ୍ରୀ ମାନେ, ବର୍ଷା ଉପରେ ଆଧାରିତ କବିତା ପାଠ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ ରେ ଝୁଲାରାମ ଦାସ, ନାରାୟଣ ଦାସ, ପ୍ରଭାତ ପରିଜା, ବିକାଶ ଚନ୍ଦ୍ର ପରିଜା, ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ନବୀନ ପ୍ରଧାନ, ଜୟନ୍ତୀ ଦାସ, ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ବିଜୟ ବିଶ୍ୱାଳ, ଅଞ୍ଜନା ମହାନ୍ତି, ଇନ୍ଦପ୍ରଭା ବିଶ୍ୱାଳ, ପଦ୍ମାବତୀ ମିଶ୍ର, ହେମନ୍ତ ନାୟକ, ରାଧାମୋହନ ପରିଜା, କୈଳାଶ ପ୍ରଧାନ, ପ୍ରେମଚରଣ ରାଉତ, ନିତ୍ୟାନନ୍ଦ ନାୟକ, ଅଶୋକ ଲେଙ୍କା, ଗୌରାଙ୍ଗ ଦାସ, ଅଶୋକ କୁମାର ଲେଙ୍କା, ମନୋରମା ଦାଶ, ନିର୍ମଳା ପାତ୍ର, ପୁରୁଷୋତ୍ତମ ଦାସ, ଶ୍ରଦ୍ଧାଞ୍ଜଳି ଦାସ, ପ୍ରଶାନ୍ତ ଦାସ, ଆରତୀ ମଲ୍ଲିକ, ସାମ୍ବାଦିକ ଭାଗବତ ପ୍ରସାଦ, ତନୀସ୍କା ପରିଜା, ଗୀତା ଦାସ, ସନ୍ୟାସୀ ବୈରାଗୀ ଚରଣ ଦାସ, ହେମନ୍ତପାଳ, ମାତୃପ୍ରସାଦ ଶତ୍ରୁଜିତ, ଡଃ ସତ୍ୟ କାନୁନଗୋ, ସବ୍ୟସାଚୀ ତ୍ରିପାଠୀ, ଭୀମସେନ ବିଶ୍ୱାଳ, ରମାକାନ୍ତ ଦାସ, ପୁଷ୍ପାଞ୍ଜଳି ସ୍ୱାଇଁ ଓ ଜୟନ୍ତୀ ମଲ୍ଲିକ ପ୍ରମୁଖ ଆଲୋଚନା ଓ କବିତାପାଠୋତ୍ସବ ରେ ଅଂଶଗ୍ରହଣ କରିଥିଲେ, ଶେଷରେ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରବଳବର୍ଷା ସତ୍ତ୍ୱେ ଏହି ବର୍ଷା ଆସର ସମସ୍ତଙ୍କ ପାଇଁ ଉପଭୋଗ୍ୟ ଓ ଆନନ୍ଦଦାୟକ ହୋଇଥିଲା l
