କଟକ, ୨୯/୧୧: ୪୨ମୌଜା ସ୍ଥିତ କଳପଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ, ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଧର ପତିଙ୍କ ୨୨ତ୍ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରୀଧର ପତି ସ୍ମୃତି କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା କଳପଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସଭାର ଆବାହକ ଥିଲେ ସମାଜସେବୀ ସନ୍ତୋଷ କୁମାର ପତି। ଉକ୍ତ ସଭାରେ ସମାଜସେବୀ ଅଭୟ କୁମାର ମହାପାତ୍ର, ବିଭୁତିଭୂଷଣ ପରିଡା, ରବୀନ୍ଦ୍ର ମହାନ୍ତି, ରାମଚନ୍ଦ୍ର ଗୋଛାୟତ, ଜୟକୃଷ୍ଣ ମୁଦୁଲି, ଅର୍ଜୁନ ଚରଣ ପତି, ପ୍ରସନ୍ନ କୁମାର ବେହେରା, ନାରାୟଣ ଚନ୍ଦ୍ର ମହାନ୍ତି, ଶ୍ରଦ୍ଧାକାନ୍ତ ମହାନ୍ତି, ସଂଜୀବ କୁମାର ବିଶ୍ୱାଳ, ରୋହିତ କୁମାର ସ୍ୱାଇଁ, ଗଣେଶ୍ୱର ପରିଡା, ଚିତ୍ରସେନ ଦାସ, କିଶୋର ବାରିକ, ମନୋରଞ୍ଜନ ସ୍ୱାଇଁ, ପବିତ୍ର କୁମାର ପତି, ପଣ୍ଡିତ ଉମାକାନ୍ତ ନନ୍ଦ, ସାମ୍ବାଦିକ ବୁଲେଇ ବେହେରା ଏବଂ ସ୍ବର୍ଗତ ପତିଙ୍କ ପୁତ୍ର ଆଲୋକ କୁମାର ପତି, ଆଶିଷ କୁମାର ପତି ଓ ଅଶୋକ କୁମାର ପତି ପ୍ରମୁଖ ସ୍ବର୍ଗତ ଶ୍ରୀଧର ପତିଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
