ନୂଆପଡ଼ା ସମସ୍ୟାର ତାଲିକା ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ନୂଆପଡ଼ାର ଯେଉଁ ଅଞ୍ଚଳରେ ଥିଲେ, ସେଠାକାର ସ୍ଥାନୀୟ ସମସ୍ୟାର ତାଲିକା ପ୍ରସ୍ତୁତ କରନ୍ତୁ l – ଏହାକୁ ସମାଧାନ କରାଯିବ । – ନୂଆପଡ଼ାର ବିକାଶ ଦାୟିତ୍ୱ ମୋର । – ଏହାକୁ ନେଇ ଯାହା ଘୋଷଣା ହୋଇଛି, ସେ ସବୁକୁ ପୂରା କରିବାକୁ ତ୍ୱରିତ୍ ପଦକ୍ଷେପ ନେବି । – ସେଠାରେ ଜଳସେଚନରୁ ନେଇ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ । – ଏଥିପାଇଁ ରାଜ୍ୟ ସରକାର ଯୋଜନା […]

ସଂପୂର୍ଣ୍ଣ ପଢନ୍ତୁ

ଏସସିବିରେ ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

କଟକ, ୧୮/୧୧: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼ ଡାକ୍ତରଖାନାର ଆଇସିୟୁ ଓ୍ବାର୍ଡ ଭିତରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଆଇସିୟୁରେ ଥିବା ସମୟରେ ଜଣେ ଯୁବକ […]

ସଂପୂର୍ଣ୍ଣ ପଢନ୍ତୁ

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ସହ ୩ ଗିରଫ

ଭୂବନେଶ୍ଵର, ୧୮/୧୧: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଗୋଟିଏ ମୋଟରସାଇକେଲ ଜବତ କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହାସିମ ଖାନ, ରବି ବାରିକ ଏବଂ ସୁଶାନ୍ତ କୁମାର ପରିଡ଼ା। ଜବତ ବ୍ରାଉନସୁଗର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତମାନେ ଏକ ବାଇକରେ ଏହାକୁ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ତାହାକୁ ଆଧାର […]

ସଂପୂର୍ଣ୍ଣ ପଢନ୍ତୁ

ଜଳପ୍ରପାତ ରେ ଗାଧୋଇବା ବେଳେ ୨ ଭାସିଯାଇ ନିଖୋଜ

ମାଲକାନଗିରି, ୧୮/୧୧: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟଙ୍କ କୋରାପୁଟ ଜିଲା ଜୟପୁରରେ। ମଙ୍ଗଳବାର କିଛି ପର୍ଯ୍ୟଟକ ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ସେଥି ମଧ୍ୟରୁ ୪ ଜଣ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଫେରି ଆସିଥିବା ବେଳେ ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ଭାସିଯାଇଥିଲେ। ଉଭୟଙ୍କୁ ଖୋଜିବାକୁ ଉଦ୍ୟମ ଜାରି […]

ସଂପୂର୍ଣ୍ଣ ପଢନ୍ତୁ

ନକଲି ଘିଅ କାରଖାନାରେ ଚଢ଼ାଉ

କଟକ, ୧୮/୧୧: ଫୁଲନଖରା ଅଞ୍ଚଳରେ ଏକ ନକଲି ଘିଅ କାରଖାନାରେ ଚଢ଼ାଉ ହୋଇଛି। ଉକ୍ତ କାରଖାନାରେ ନକଲି ଦୀପ ଘିଅ ଏବଂ ଖାଇବା ଘିଅ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅପମିଶ୍ରଣ ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀ, ଲେବୁଲ ଓ ଅନ୍ୟାନ୍ୟ ଜିନିଷକୁ ଯାଞ୍ଚ କରାଯାଇଥିଲା। ଏଠାରୁ ରାଜ୍ୟର କେଉଁ ଅଞ୍ଚଳକୁ ନକଲି ଘିଅ ପଠାଯାଉଥିଲା ସେ ନେଇ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ସିଏମସିର ଖାଦ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ପରଲୋକରେ ହ୍ୟୁମାନ ସାଗର

ଭୂବନେଶ୍ଵର, ୧୭/୧୧: ପରଲୋକରେ ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ଯୋଗୁ ତାଙ୍କ ଜୀବନ ରକ୍ଷା କରିବା ଡାକ୍ତରଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସଙ୍ଗୀତ ଦୁନିଆରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତପ୍ରେମୀ ମତ।

ସଂପୂର୍ଣ୍ଣ ପଢନ୍ତୁ

ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ

କଟକ, ୧୭/୧୧ : ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ପଇତା ଲାଗି ନୀତି ପାଇଁ ଆଜି ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ

ପୁରୀ, ୧୭/୧୧: ମାର୍ଗଶିର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ସୋମବାର ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ପଇତା ଲାଗି ଅନ୍ୟତମ। ଶ୍ରୀବିଗ୍ରହଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ

ଜଗତସିଂହପୁର, ୧୭/୧୧: ଜଗତସିଂହପୁର ସଦର ଥାନା ବେହରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ ଓ ଉପଜିଲ୍ଲପାଳଙ୍କ ଉପସ୍ଥିତିରେ ୧୦ବଖରା ଘର ଭଙ୍ଗାଯାଇଛି । ଜିଲା ପ୍ରଶାସନ କହିଛି ଯେ ମାମଲାକୁ ଗୁରୁତର ସହ ନିଆଯାଇଛି । ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ । କେମିତି ଆସିଲେ, କଣ ଲିଙ୍କ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ସଫଳ

ଢେଙ୍କାନାଳ, ୧୭/୧୧: ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି। ଏପରିକି ସରକାରୀ ଓ ବେସରକାରୀ ଅଫିସ ଗୁଡିକ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ