ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ନୂଆପଡ଼ାର ଯେଉଁ ଅଞ୍ଚଳରେ ଥିଲେ, ସେଠାକାର ସ୍ଥାନୀୟ ସମସ୍ୟାର ତାଲିକା ପ୍ରସ୍ତୁତ କରନ୍ତୁ l
– ଏହାକୁ ସମାଧାନ କରାଯିବ ।
– ନୂଆପଡ଼ାର ବିକାଶ ଦାୟିତ୍ୱ ମୋର ।
– ଏହାକୁ ନେଇ ଯାହା ଘୋଷଣା ହୋଇଛି, ସେ ସବୁକୁ ପୂରା କରିବାକୁ ତ୍ୱରିତ୍ ପଦକ୍ଷେପ ନେବି ।
– ସେଠାରେ ଜଳସେଚନରୁ ନେଇ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ ।
– ଏଥିପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ।
– ନୂଆପଡ଼ା ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବାକୁ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
– ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ଦିନ ଥିଲା ସବୁ ପୁଲିଂ ବୁଥ୍ର ଆମର ଏଜେଣ୍ଟ ନଥିଲେ ।
– ଆମେ ଅନେକ ପରାଜୟ ଦେଖିଛୁ ।
– ପରାଜୟରୁ ଶିଖିଛୁ ଆଉ ପରିଶ୍ରମ କରି ଏବେ ଜିତିଲୁ ।
– ନୂଆପଡ଼ା ଉପନିର୍ବାଚନରେ ଆମେ ସମସ୍ତେ ଏକାଠି ହୋଇ ଲଢ଼ିଲୁ ।
– କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆମର ବିଶାଳ ବିଜୟ ହୋଇଛି ।
ବିଜେଡି ଓ କଂଗ୍ରେସ ଦଳ ହାରିବା ଭୟରେ ବହୁ ମିଛ କଥା କହୁଥିଲେ ।
– ଆମକୁ ଆକ୍ରମଣ କରୁଥିଲେ । ଭୋଟ୍ ଚୋରି, ବେଇମାନ ଭଳି ଅପଶବ୍ଦ ବ୍ୟବହାର କଲେ ।
– କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲାନି ।
– ନୂଆପଡ଼ାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେଲେ । ଅପରେସନ ସିନ୍ଦୂର ଭଳି ଅପରେସନ ନୂଆପଡ଼ା ହେଲା ।
– ନୂଆପଡ଼ାବାସୀ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କଲେ ।
– ଐତିହାସିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇଲେ ।
– ଏହା ରାଜ୍ୟରେ ରାଜନୈତିକ ମୋଡ଼ ବଦଳାଇ ଦେଇଛି ।
– ଖୁବଶୀଘ୍ର ନୂଆପଡ଼ା ଯାଇ ଲୋକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
