ନକଲି ଘିଅ କାରଖାନାରେ ଚଢ଼ାଉ

ଅପରାଧ କଟକ ରାଜ୍ୟ
Spread the love

କଟକ, ୧୮/୧୧: ଫୁଲନଖରା ଅଞ୍ଚଳରେ ଏକ ନକଲି ଘିଅ କାରଖାନାରେ ଚଢ଼ାଉ ହୋଇଛି। ଉକ୍ତ କାରଖାନାରେ ନକଲି ଦୀପ ଘିଅ ଏବଂ ଖାଇବା ଘିଅ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅପମିଶ୍ରଣ ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀ, ଲେବୁଲ ଓ ଅନ୍ୟାନ୍ୟ ଜିନିଷକୁ ଯାଞ୍ଚ କରାଯାଇଥିଲା। ଏଠାରୁ ରାଜ୍ୟର କେଉଁ ଅଞ୍ଚଳକୁ ନକଲି ଘିଅ ପଠାଯାଉଥିଲା ସେ ନେଇ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ସିଏମସିର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ନେତୃତ୍ଵରେ ଏକ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *