ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ସୁରୁଖୁରୁ ସମ୍ପାଦନା ନିମନ୍ତେ ରାଜ୍ୟ ସରକାର ୧୩ଜଣ ଅତିରିକ୍ତ ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍)ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି।
ଆଜି (ବୁଧବାର)ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ, ୧୩ ଜଣ ଓଏଏସ୍ ଅଧିକାରୀଙ୍କୁ ଅଫିସର ଅନ୍ ସ୍ପେସାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ଜୁନ୍ ୨୫ ତାରିଖରୁ ୨୭ ଜୁଲାଇ ଯାଏଁ ପୁରୀରେ ରହିବେ। ସ୍ନାନଯାତ୍ରା ଠାରୁ ରଥଯାତ୍ରର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରାଶାସନକୁ ସହଯୋଗ କରିବେ।
ନିଯୁକ୍ତି ପାଇଥିବା ଅଧିକାରୀମାନେ ହେଲେ, ଶୁଭନନ୍ଦ ମହାପାତ୍ର, ସୁଭାଷ ଚନ୍ଦ୍ର ନାଥଶର୍ମା, ବିଜୟ କୁମାର ସ୍ବାଇଁ, ନୀତି ରଞ୍ଜନ ସେନ୍, ଦେବାଶୀଷ ପଟ୍ଟନାୟକ, ସୁବ୍ରତ କୁମାର ବେହେରା, ଜିତେନ୍ଦ୍ର କୁମାର ନାୟକ, ବିଜୟ କୁମାର ନାୟକ, ସୁବ୍ରତ କୁମାର ଜେନା, ବିଜୟ କୁମାର ବେହେରା, କିଶୋର କୁମାର ପଣ୍ଡା, ମନୋଜ କୁମାର ବେହେରା, ହେମନ୍ତ ଭାରୀମଲ୍ଲ।
