ନୂଆପଡାରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: କହିଲେ ନୁଆପଡ଼ାର ଦାୟିତ୍ୱ ମୋର

ନୂଆପଡା, ୧୬/୧୦:ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ନୂଆପଡା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ । ନୂଆପଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏବେଠାରୁ ନୂଆପଡାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୂବନେଶ୍ୱର, ୧୬/୧୦: ଆସନ୍ତା ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ମୁଖ୍ୟମନ୍ତ୍ରୀ ଏନେଇ ଏକ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିବେ । ଏହି ସଚେତନତା ରଥରେ ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ସଚେତନଧର୍ମୀ ସଂଗୀତ ରହିବ । ଜିଲ୍ଲାସ୍ତରରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନରେ ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍କୁଟିରେ ବାଣ ନେଇ ଜାଉଥିବା ବେଳେ ବିସ୍ଫୋରଣ, ବାପା ଓ ଝିଅ ଆହାତ

ଭୁବନେଶ୍ୱର,୧୬/୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ସ୍କୁଟି ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍‌ ଉପରେ ଚଳନ୍ତା ସ୍କୁଟିରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଫଳରେ ୨ ଜଣ ବାପା ଓ ଝିଅ ଗୁରୁତର ହୋଇଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଆନୁଷ୍ଠାନିକ ଉଦଘାଟନ କଲେ ଡିଜିପି

କଟକ, ୧୬/୧୦: ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ପରୀକ୍ଷା ଜାଲିଆତି, ୩୦୦ ପଦବୀ ପାଇଁ ଡିଲ୍‌ ହେଇଥିବା ସୁତ୍ରରୁ ପ୍ରକାଶ୍

ଭୁବନେଶ୍ୱର,୧୬/୧୦: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ଜାଲିଆତିରେ ୩୦୦ ଏସ୍‌ଆଇ ପଦବୀ ଡିଲ୍‌ ହୋଇଥିଲା ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି। ଦୁଇ ଜଣ ମଧ୍ୟସ୍ଥ ଓ ୧୧୪ ପରୀକ୍ଷାର୍ଥୀ ବସ୍‌ରେ ଯାଉଥିବାବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ପ୍ରଶ୍ନପତ୍ର ପାଇବାକୁ ଟ୍ରେନ୍‌ରେ ମଧ୍ୟ ଅନ୍ୟ ୧୮୬ଜଣ ଆଶାୟୀ ସମାନ ସ୍ଥାନକୁ ମଧ୍ୟସ୍ଥଙ୍କ ଜରିଆରେ ଯାଉଥିଲେ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

୧୮ରେ ନାମାଙ୍କନ ଭରିବେ ଘାସିରାମ ମାଝି: ଭକ୍ତ ଦାସ

ଭୁବନେଶ୍ୱର,୧୬/୧୦: ଆସନ୍ତା ନଭେମ୍ବର ୧୧ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଅପରାହ୍ନ ସୁଦ୍ଧା କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ରେ ଘାସିରାମ ମାଝୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଘାସିରାମ ଓ ତାଙ୍କ ସମର୍ଥକମାନେ ନାମାଙ୍କନପତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମଦିନରେ ନବିନଙ୍କ ପଦଯାତ୍ରା

ଭୁବନେଶ୍ୱର, ୧୬/୧୦: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ କେକ୍‍ କାଟି ମିଷ୍ଟାନ ବଣ୍ଟନ କରି ଉପହାର ମଧ୍ୟ ଦେଇଥିଲେ ନବୀନ । ଏହାପରେ ନବୀନ ଏସଇଏସ୍‍ ଭିଲେଜକୁ ଯାଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ତମ ଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରିଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ମାମଲାରେ ବିହାରରୁ ୨ଜଣଙ୍କୁ ଉଠାଇ ଆଣିଲା ପୁଲିସ

ବ୍ରହ୍ମପୁର, ୧୬/୧୦: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ୧୦ଦିନ ବିତିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ । ଏହି ଘଟଣାରେ ତଦନ୍ତ ଜୋରଦାର କରୁଥିବା ବ୍ରହ୍ମପୁର ପୁଲିସ ବିହାରରୁ ଦୁଇ ଜଣଙ୍କୁ ଉଠାଇ ଆଣିଛି । କୁହାଯାଉଛି ଯେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର ହୋଇଥିବା ବେଳେ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି ।ଏହି ଘଟଣାରେ ପୀତବାସଙ୍କ ଘନିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ କ୍ରାଇମବ୍ରାଞ୍ଚର ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି

କଟକ, ୧୫/୧୦: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଶାଖା ଆନୁକୂଲ୍ୟରେ ଆସନ୍ତା ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୭୦ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା (Police Duty Meet) ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର 34ଟି ପୋଲିସ ଜିଲ୍ଲା ଏବଂ ପ୍ରତିଷ୍ଠାନରୁ 276 ପୋଲିସ କର୍ମଚାରୀ, 43 ଶ୍ଵାନ ଏବଂ 43 ହ୍ୟାଣ୍ଡଲର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏଥିନିମନ୍ତେ ରାଜ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ବ୍ୟାପକ ଆୟୋଜନ […]

ସଂପୂର୍ଣ୍ଣ ପଢନ୍ତୁ