ଭୁବନେଶ୍ୱର,୧୬/୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ସ୍କୁଟି ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍ ଉପରେ ଚଳନ୍ତା ସ୍କୁଟିରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଫଳରେ ୨ ଜଣ ବାପା ଓ ଝିଅ ଗୁରୁତର ହୋଇଛନ୍ତି।
