ଭାରତର ସମର୍ଥନରେ ଆମ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ : ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଦେଶବିଦେଶ
Spread the love

ରସ୍ଲାମାବାଦ, ୧୬/୧୦: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନ୍‌ ବୁଧବାର ସକାଳେ ଭୟଙ୍କର ସଂଘର୍ଷ ହୋଇଥିଲା। କାନ୍ଦାହାର ପ୍ରଦେଶସ୍ଥିତ ସ୍ପିନ୍‌ ବୋଲ୍‌ଡାକ ଜିଲ୍ଲାରେ ପାକିସ୍ତାନୀ ସେନା ବୁଧବାର ସକାଳେ ପ୍ରଥମେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫଗାନ ସେନା ଏହାର ପାଲଟା ଜବାବ ଦେଇ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲା। ସୀମାରେ ୨୦ରୁ ଅଧିକ ପାକିସ୍ତାନ ପୋଷ୍ଟ୍‌ ଉପରେ ଆକ୍ରମଣ ହୋଇଥିବା ବେଳେ ଅତି କମ୍‌ରେ ୧୦ ଜଣ ପାକ୍‌ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ଏହାସହିତ ଅନେକ ପାକ୍‌ ପୋଷ୍ଟ୍‌କୁ ଆଫଗାନିସ୍ତାନ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଛି।

ଏମଧ୍ୟରେ ଭାରତର ଈଶାରାରେ ଆଫ୍‌ଗାନିସ୍ତାନ ଏଭଳି କରୁଥିବା ଦାବି କରୁଛି ପାକିସ୍ତାନ। ଯୁଦ୍ଧକ୍ଷେତ୍ରରେ ଆଫଗାନ ସେନା ଭାରୀ ପଡ଼ିବା ଦେଖି ପାକିସ୍ତାନ ବିଚଳିତ ହେବା ସହ ଭାରତକୁ ଦାୟୀ କରିଛି। ବୁଧବାର ଦିନ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆଫଗାନିସ୍ତାନର ତାଲିବାନ ସରକାର ଉପରେ ବିଶ୍ୱାସ କରିବା କଷ୍ଟକର। ତାଲିବାନର ସାମ୍ପ୍ରତିକ ନିଷ୍ପତ୍ତି ପାକିସ୍ତାନର ସ୍ୱାର୍ଥ ବିରୁଦ୍ଧରେ ଏବଂ ଏହା ପଛରେ ଭାରତର ହାତ ଥିବା ସ୍ପଷ୍ଟ ଜଣାପଡ଼ୁଛି। ତାଲିବାନ ଏବେ ପାକିସ୍ତାନ ବିରୋଧରେ ଭାରତର ପ୍ରକ୍ସି ୱାର ବା ପରୋକ୍ଷ ଯୁଦ୍ଧ ଲଢ଼ୁଛି। ତାଲିବାନ ଯାହା ନିଷ୍ପତ୍ତି ହେଉଛନ୍ତି, ତା’ର କମାଣ୍ଡ ନୂଆଦିଲ୍ଲୀରୁ ଆସୁଛି। ଏହି କାରଣରୁ, ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ।”

Leave a Reply

Your email address will not be published. Required fields are marked *