ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ମାମଲାରେ ବିହାରରୁ ୨ଜଣଙ୍କୁ ଉଠାଇ ଆଣିଲା ପୁଲିସ

ଅପରାଧ ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର, ୧୬/୧୦: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ୧୦ଦିନ ବିତିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ । ଏହି ଘଟଣାରେ ତଦନ୍ତ ଜୋରଦାର କରୁଥିବା ବ୍ରହ୍ମପୁର ପୁଲିସ ବିହାରରୁ ଦୁଇ ଜଣଙ୍କୁ ଉଠାଇ ଆଣିଛି । କୁହାଯାଉଛି ଯେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର ହୋଇଥିବା ବେଳେ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି ।ଏହି ଘଟଣାରେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରିଛି ପୁଲିସ । ପୀତବାସଙ୍କ ଘର ପାଖରେ ଓ ସହର ଭିତରେ ଥିବା ସିସିଟିଭିରୁ ପୁଲିସକୁ କିଛି ସୁରାକ ମିଳିଥିବା କୁହାଯାଉଛି । ବିହାରରୁ ବନ୍ଧୁକ ଆଣି ପୀତବାସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *