ଭାଗ୍ୟଶ୍ରୀ ଭାଗ୍ୟ ପଥର ତଳେ ପ୍ରଶାସନର ପ୍ରତିଶୃତି ପାଣିରେ ଗାର

ଝଙ୍କଡ଼, ୧୧/୯: ଅସହାୟ ଗରିବ ଭିନ୍ନକ୍ଷମଙ୍କ ପାଇଁ ସରକାର ଙ୍କର ମାଳମାଳ ଯୋଜନା ଚାଲିଥିବା ବେଳେ, ସେ ସବୁକିଛି ଅପହଞ୍ଚ ରହିଚି, ଜନ୍ମରୁ ଭିନ୍ନକ୍ଷମ ଥିବା ୧୯ ବର୍ଷର ଝିଅ ଭାଗ୍ୟ ଶ୍ରୀ ଜେନା ଙ୍କ ନିକଟରେ । ଖବର ଅନୁଯାଇ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ,ଗୋବିନ୍ଦପୁର ପଞ୍ଚାୟତ ଅଧିନ ଅରଡଙ୍ଗ ଗ୍ରାମର ପ୍ରଦୀପ କୁମାର ଜେନା ଙ୍କର ତିନିଝିଅ ସିନା ଜେନା (୨୪ବର୍ଷ) ପ୍ରିୟଦର୍ଶିନୀ ଜେନା ଆଇ ଏ ଓ ବି ଏ ପାଠପଢି ଘରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ୩ଗୋଟି ସ୍ୱତନ୍ତ୍ର ୱେବ୍ ସାଇଟକୁ ଉନ୍ମୋଚିତ କରାଯାଇଛି

ଭୁବନେଶ୍ୱର, ୧୧/୯: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ୩ଗୋଟି ସ୍ୱତନ୍ତ୍ର ୱେବ୍ ସାଇଟକୁ ଉନ୍ମୋଚିତ କରାଯାଇଛି। ଏଥିସହ ସଂସ୍କୃତି ବିଭାଗ ଅଧିନସ୍ଥ ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଏବଂ ଉତ୍କଳ ମଣ୍ଡପର ଅନଲାଇନ ବୁକିଂ ପାଇଁ ମଧ୍ୟ ଗୋଟିଏ ସ୍ୱତନ୍ତ୍ର “ମଣ୍ଡପ ୱେବ୍ ସାଇଟ୍”କୁ ଉନ୍ମୋଚିତ କରାଯାଇଛି। “ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି

ଭୁବନେଶ୍ୱର, ୧୧/୯: “ପ୍ରତ୍ୟେକଟି ଜୀବନ ହେଉଛି ମୂଲ୍ୟବାନ। ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜୀବନରେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମହତ୍ୟା ମାନସିକତା ନ ଆଣିବା, ଜୀବନରେ ସକାରତ୍ମକ ଚିନ୍ତାଧାରା ରଖିବାର ଭାବନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଜୀବନରେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯଦି ଦୃଢ଼ତାର ସହ ଆମେ ନିଜକୁ ବୁଝାଇ ପାରିବା ଏବଂ ପ୍ରତ୍ୟେକ […]

ସଂପୂର୍ଣ୍ଣ ପଢନ୍ତୁ

ବେଗୁନିଆ ଶାଖା ଡାକପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଝଙ୍କଡ଼, ୧୦/୯: ସାରଳା ପୀଠ କନକପୁର ଉପଡାକଘର ଅଧୀନସ୍ଥ, କଟରା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଶାଖା ଉପଡାକପାଳ ଅବିନାଶ ସାହୁ ଙ୍କୁ ଗତ ବୁଧବାର ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କନକପୁର ଉପଡାକପାଳ ତ୍ରିଲୋଚନ ପ୍ରଧାନ ସଭାପତିତ୍ବ କରିଥିଲାବେଳେ, ମୂଖ୍ୟ ଅତିଥି ଭାବେ କୁଜଙ୍ଗ ସବ୍ଡିଭିଜନ ର ଡାକ ନୀରିକ୍ଷକ ମଧୁସ୍ମିତା ମଲ୍ଲ ଓ ସମ୍ମାନିତ ଅତିଥି ଭାବରେ ବିଳାସ କୁମାର ନନ୍ଦ ଓ ଗୁରୁପଦ ଗିରି […]

ସଂପୂର୍ଣ୍ଣ ପଢନ୍ତୁ

ତେନ୍ତୁଳିପଦା ରେ ସାରଳା ଦାସ ପାଠଚକ୍ର

ଝଙ୍କଡ,୧୦/୯: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମ ସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ତ୍ରୟୋଦଶ ସାରଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି !ଆଦିକବି ସାରଳାଦାସ ସାଧନାପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ପାଠଚକ୍ର ରେ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଘୋଷିତ ୨୦ ଜଣ ବରପୁତ୍ରଙ୍କ ତାଲିକାରେ ଓଡିଶା ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ସାରଳା ଦାସ ଙ୍କ ନାମ ସ୍ଥାନ ପାଇ ନଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଵା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମ ଓଡ଼ିଶାର ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୯: ସମ୍ପ୍ରତି ପଶ୍ଚିମ ଓଡ଼ିଶାରେ ଚାଲୁଥିବା ପୂର୍ତ୍ତ ବିଭାଗ ଅଧୀନରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ସମୀକ୍ଷା ବେଳେ ପୂର୍ତ୍ତ, ଆଇନ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ଵିଶେଷ କରି ବଲାଙ୍ଗୀର ଓ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

କଟକ,୧୦/୯: କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଆଜି ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବ ସର୍ବେକ୍ଷଣ ଅନୁଯାୟୀ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନଗୁଡିକର ଜମିର ନିୟମିତକରଣ, ଜଙ୍ଗଲ ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଂଟନ, […]

ସଂପୂର୍ଣ୍ଣ ପଢନ୍ତୁ

ଯୌତୁକ ନିଷେଧ ଆଇନ ଓ ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର,୧୦/୯: ରିଖ ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ଦେଶର ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ, ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ, ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

କୋରାପୁଟ,୧୦/୯: ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ କୋରାପୁଟ ଜିଲ୍ଲା ଗସ୍ତର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ ବହୁଳ ରହିଥିଲା। ରାଜ୍ୟପାଳ ଦ୍ଵିତୀୟ ଦିନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ , ରାଜପୁଟ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ,ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ / କର୍ମକର୍ତ୍ତା ଏବଂ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶମୂଳକ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସର ଗ୍ରହଣ

କଟକ,୧୦/୯: କନ୍ଦରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ତଥା ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଉପଦେଷ୍ଟା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶ ଦୀର୍ଘ ୪୦ ବର୍ଷ ନିରନ୍ତର ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ କନ୍ଦରପୁର ସ୍ବାସ୍ଥ୍ୟ କେନ୍ଦ୍ର ସହ ରାଜ୍ୟର ଟାଙ୍ଗୀ,ବୌଦ୍ଧ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସର କାଳୀନ ସମ୍ବର୍ଧନା ସଭାରେ ଡକ୍ଟର ସଞ୍ଜୀବ କୁମାର ମହାନ୍ତି,ଡଃ ଆକୃତି ଜେନା,ସସ୍ମିତା ମହାପାତ୍ର,ଶିବାନୀ ବୋଷ, ନିର୍ମଳାପଣ୍ଡା,ଭାରତୀ ସେଠୀ,ଡଃ.ରାକେଶ […]

ସଂପୂର୍ଣ୍ଣ ପଢନ୍ତୁ