କିଶନନଗର ଅଞ୍ଚଳରେ ଇଦ୍-ଏ- ମିଲାଦୁନ୍ ନବୀ ପାଳିତ

ରାଜ୍ୟ
Spread the love

କଟକ :  କଟକ ସଦର ଅନ୍ତର୍ଗତ ମହାପୁରୁଷ ହଜରତ୍ ମହମ୍ମଦ୍(ସ) ଙ୍କ ଜୟନ୍ତୀ ଇଦ୍- ଏ- ମିଲାଦୁନ୍ ନବୀ କିଶନନଗର ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ସାହି ବସ୍ତିରେ ଜୁଲୁସ୍,ନାତଖାନୀ,ଲଙ୍ଗରଖାନୀ,ତକରିର ଆଦି ଅନୁଷ୍ଠିତ ହୋଇଥିଲା।ସକାଳେ ସାହି/ବସ୍ତି ମାନଙ୍କରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଏକ ସଦ୍ଭାବନା ଶୋଭାଯାତ୍ରା ଗଡମା ଛକଠାରୁ ବାହାରି ଅଞ୍ଚଳ ପରିକ୍ରମା କରିଥିଲା।ଏଥିରେ ପ୍ରହରାଜପୁର, ପୋଖରୀହୁଡା , ବାଲିଶୁକ୍ରୀ,ସାମନ୍ତରାପୁର,ସୋମପୁର, ଥୋରିଆପଡା, ଗଡ଼ମା, ମୂର୍କୁଣ୍ଡି ଆଦି ମୁସଲିମ୍ ବସ୍ତିର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲା।

ସରପଞ୍ଚ ଅବ୍ଦୁଲ୍ ୱାହିଦ୍ ଖାନ୍,ସମିତି ସଭ୍ୟ ଲିୟାକତ୍ ଅଲ୍ଲୀ ଖାନ୍, ରୁସ୍ତମ୍ ମହମ୍ମଦ୍,ଆସିଫ୍ ଅଲ୍ଲୀ ଖାନ୍, ସୈୟଦ୍ କୌଶର୍ ଅଲ୍ଲୀ,ରମଜାନ୍ ଖାଁ, ଅନିଶ ଖାନ୍, ଶେଖ୍ ଇଲିୟାସ୍ ଅଲ୍ଲୀ,ସୈୟଦ୍ ରମଜାନ୍ ଅଲ୍ଲୀ, ସରାଫତ୍ ଅଲ୍ଲୀ, ହାଫିଜ୍ ଉଦ୍ଦିନ୍ ଖାନ୍, ଆଜାଦ୍ ଅଲ୍ଲୀ ଖାନ୍, ସଫିକ୍ ମହମ୍ମଦ୍, ଶେଖ୍ ଅବ୍ଦୁଲ୍ ବୁରହାନ୍,ଶେଖ୍ ସିରାଜୁଲ୍ଲା,ସୈୟଦ୍ ନଇମ୍ ଅଲ୍ଲୀ,ତଜମୂଲ୍ ହୁସେନ,ମହମ୍ମଦ୍ ଫିର୍ଦୋଷ୍ ହୁସେନ୍,ଆସିକ୍ ଖାନ୍, ନଶିର ଉଦ୍ଦିନ ଖାନ୍,ଶେଖ୍ ସରୱର୍,ସାବିର ଅଲ୍ଲୀ ଖାଁ, ୟାକୁବ ଅଲ୍ଲୀ ଖାନ୍,ଅକବର୍ ମିର୍ଜା, ସକଲେନ୍ ମିର୍ଜା ପ୍ରମୁଖ ବିଭିନ୍ନ ସାହିର ଶୋଭାଯାତ୍ରା କାରୀଙ୍କ ନେତୃତ୍ବ ନେଇଥିଲେ।କଟକ ଏସପି ପ୍ରଦୀପ କୁମାର ସାହୁ ଡ଼ିଏସପି ନିରଞ୍ଜନ ଶବର,କିଶନନଗର ଆଇଆଇସି ମାନେଶ୍ୱର ପ୍ରଧାନ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।

ଶୋଭାଯାତ୍ରା କମିଟି ପକ୍ଷରୁ ପୁଲିସ ଆଧିକାରୀ ମାନଙ୍କ ସହିତ,ସାମ୍ବାଦିକ,ଶିକ୍ଷାବିତ ରୋଶନ ରଥ, ଅମୁଲ୍ୟ ରଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବ ପାଳନ ରେ ସହଯୋଗ ପାଇଁ ବିଭିନ୍ନ ବସ୍ତିର ମୁରବି ମାନେ ପୋଲିସ ଅଧିକାରୀ ଓ ହିନ୍ଦୁ ଭାଇ ମାନଙ୍କୁ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *