ଝଙ୍କଡ଼ : ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଓଡ଼ିଶା ପ୍ରସାଶନିକ ସେବା ଅଧିକାରୀ ମାନେ, ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ରେ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିର ରେ ତାଲିମ ନେବାକୁ ଆସିଥିବା ବେଳେ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ପାରାଦୀପ ବନ୍ଦର ପରିଭ୍ରମଣ ରେ ଯାତ୍ରା କରୁଥିବା ଅବସରରେ, ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠ ପରିଦର୍ଶନ କରିବା ନିମନ୍ତେ ଏଠାରେ ପହଞ୍ଚିଥିଲେ। ତିର୍ତ୍ତୋଲ ବ୍ଲକ ର ପ୍ରସାଶନିକ ଅଧିକାରୀ ମାନେ ସେମାନଙ୍କୁ ସ୍ବାଗତ କରିବା ସହିତ ମନ୍ଦିରର ବେଢ଼ା ଭିତରକୁ ପାଛୋଟି ନେଇଥିଲେ।
ମାଆଙ୍କ ଦର୍ଶନ ପୂଜାର୍ଚ୍ଚନା କରିବା ପରେ ଏହି ପରିଭ୍ରମଣକାରି ଦଳ ର ୭୫ ଜଣ ଓ ଏସ ଅଫିସର ମାଆଙ୍କ ଆଶିର୍ବାଦ ଭିକ୍ଷା କରି ଏଠାରୁ ପାରାଦୀପ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି।ଏହି ପରିପ୍ରେକ୍ଷୀରେ ଭ୍ରାମ୍ୟମାଣ ଓ ଏସ ଅଧିକାରୀ ମାନେ ଆମ ଝଙ୍କଡ଼ ପ୍ରତିନିଧି ଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ରେ କହିଥିଲେ ଯେ, ଆମେ ସମସ୍ତେ ଓଡିଶା ପ୍ରସାଶନିକ ସେବା କ୍ଷେତ୍ରରେ ନିୟୋଜିତ, ମାଆ ସାରଳା ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟାଦେବୀ, ତେଣୁ ଆଜି ଆମେ ଆଜି ସେହି ଗରୀମାମୟ ବାଣୀ କ୍ଷେତ୍ର ରେ ଉତ୍କଳ ଭାରତୀ ମା ସାରଳା ଠାକୁରାଣୀ ଙ୍କ ଦିବ୍ୟ ଦର୍ଶନ ଲାଭ କରି ନିଜ ନିଜକୁ ଧନ୍ୟ ମନେ କରୁଅଛୁ।
