ଝଙ୍କଡ଼, ୧୧/୯: ଅସହାୟ ଗରିବ ଭିନ୍ନକ୍ଷମଙ୍କ ପାଇଁ ସରକାର ଙ୍କର ମାଳମାଳ ଯୋଜନା ଚାଲିଥିବା ବେଳେ, ସେ ସବୁକିଛି ଅପହଞ୍ଚ ରହିଚି, ଜନ୍ମରୁ ଭିନ୍ନକ୍ଷମ ଥିବା ୧୯ ବର୍ଷର ଝିଅ ଭାଗ୍ୟ ଶ୍ରୀ ଜେନା ଙ୍କ ନିକଟରେ । ଖବର ଅନୁଯାଇ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ,ଗୋବିନ୍ଦପୁର ପଞ୍ଚାୟତ ଅଧିନ ଅରଡଙ୍ଗ ଗ୍ରାମର ପ୍ରଦୀପ କୁମାର ଜେନା ଙ୍କର ତିନିଝିଅ ସିନା ଜେନା (୨୪ବର୍ଷ) ପ୍ରିୟଦର୍ଶିନୀ ଜେନା ଆଇ ଏ ଓ ବି ଏ ପାଠପଢି ଘରେ ବେକାର ହୋଇ ବସିରହିଥିବା ବେଳେ, ସାନ ଝିଅ ଭାଗ୍ୟ ଶ୍ରୀ ର ଜନ୍ମରୁ ବେକ ପାଖରେ ଶିର ନଥିବାରୁ ଅଚଳ ଅବସ୍ଥାରେ ଭାଗ୍ୟକୁ ଆଦରି ବିଛଣା ଉପରେ ପଡ଼ିରହିଛି । ଅର୍ଥାଭାବ ଯୋଗୁଁ କେତେକ ମେଡିକାଲ ରେ ଚିକିତ୍ସା କରାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନିରାଶ ହୋଇ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ ବାପା ମାଆ। ମାଆ ସାରଳାଙ୍କ ମନ୍ଦିରର ଭୋଗଦୋକାନ ରେ କାମ କରି ପରିବାର ଚଳାଇ ଆସିଥିଲା, ଘରର ଏକମାତ୍ର ରୋଜଗାରକ୍ଷମ ଭାଗ୍ୟ ଶ୍ରୀ ର ବାପା ପ୍ରଦୀପ। ହେଲେ ସେ ମଧ୍ଯ କର୍କଟ ରୋଗରେ ପୀଡିତ ହେବା ପରେ କାମଧନ୍ଦା କରି ନପାରି ଘରେ ପଡ଼ି ରହିଛନ୍ତି। ଘରଡିହ ଟି ଛାଡ଼ିଦେଲେ ଆଉ କିଛି ଜମିବାଡ଼ି ନଥିବାରୁ ସ୍ତ୍ରୀ କବିତା ଜେନା ଙ୍କ ସହିତ ପାଞ୍ଚପ୍ରାଣୀ କୁଟୁମ୍ବ ଚଳିବା ପାଇଁ ମଧ୍ଯ କଷ୍ଟକର ହୋଇ ପଡ଼ିଛି। ଏପରି ଅବସ୍ଥାରେ ଭିନ୍ନକ୍ଷମ ଝିଅ ଟି ମାସକୁ ୧୨ ଶହ ଟଙ୍କା ଭତ୍ତା ପାଉଥିଲା ବେଳେ ଗତ ୬ ମାସ ହେଲା ୨ ଶହ ଟଙ୍କା କାଟି ଦିଆ ଯାଇ, ମାସକୁ ମାତ୍ର ହଜାର ଟଙ୍କା ମିଳୁଛି। ଏ ବିଷୟରେ ଭାଗ୍ୟ ଶ୍ରୀ ଶ୍ରୀ କୁ ନେଇ ତାର ବାପା ମାଆ ଗତ ଗତ ତା ୨୩/୩/୨୦୨୫ ରିଖ ଦିନ, ତିର୍ତ୍ତୋଲ ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର କୁ ଯାଇ, ଜିଲ୍ଲା ପାଳ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଏହି ଭତ୍ତା ବୃଦ୍ଧି ନିମନ୍ତେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ପ୍ରଶାସନିକ ଅଧିକାରୀ ମାନେ କହୁଛନ୍ତି ଭାଗ୍ୟ ଶ୍ରୀ ଜେନା ଙ୍କର ଆଧାରକାର୍ଡ ନଥିବାରୁ ୧୨ ଶହ ଟଙ୍କା ଭତ୍ତା ଦିଆଯାଇ ପାରୁନାହିଁ। ହେଲେ ସବୁବେଳେ ଭାଗ୍ୟ ଶ୍ରୀ ର ହାତ ଥରୁ ଥିବାରୁ, ଯେତେ ଚେଷ୍ଟା କଲେ ମଧ୍ୟ ଆଧାରକାର୍ଡ ବାହାରି ପାରୁନାହିଁ। ସରକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଏ ବିଷୟରେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କେହି ଜଣେ ହେଲେ ବି ଏହି ବିପନ୍ନ ପରିବାର ର ବାସ୍ତବ ଅବସ୍ଥା କୁ ଅନୁଧ୍ୟାନ କରୁ ନାହାନ୍ତି। ଯାହା ଫଳରେ ଏହି ଅସହାୟ ଗରିବ ଭିନ୍ନକ୍ଷମ ଝିଅ ଭାଗ୍ୟ ଶ୍ରୀ ର ଭାଗ୍ୟ ଭବିଷ୍ୟତ ପଥର ତଳେ ପଡ଼ି ରହିଛି। ଯଦି କୌଣସି ସ୍ଷେଚ୍ଛl ସେଵୀ ଅନୁଷ୍ଠାନ ବା ବଦାନ୍ୟ ମାନ ବ୍ୟକ୍ତି ବିଶେଷ ତାଙ୍କ ସହିତ ୮୮୯୫୩୧୯୭୯୫ ଫୋନ ଜରିଆରେ ଯୋଗାଯୋଗ କରି କିଛି ସହାୟତା କରିବା ନିମନ୍ତେ ଆଗେଇ ଆସିବା ପାଇଁ, ଏହି ବିପନ୍ନ ପରିବାରର ମୂରବୀ ପ୍ରଦୀପ ଜେନା ଙ୍କ ସମେତ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି।
