ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦର ଉପସଭାପତି ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ :  ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦ, ଓଡିଶା ଶାଖାର ଉପସଭାପତି ପଣ୍ଡିତ ଶରତ କୁମାର ଦାଶ ଙ୍କୁ ରାହାମା ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ମୁଖ୍ୟସଂଯୋଜକ ତଥା ସମ୍ପାଦକ ଡଃ ସୁନାକର ବେହେରା ଓ କମିଟିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ନୀଳଚକ୍ର ପ୍ରତିଭା ସମ୍ମାନ ଅର୍ପଣ କରାଯାଇଛି |

ଶ୍ରୀ ଦାଶ ଜଣେ ନିସ୍ଵାର୍ଥପର ସମାଜସେବୀ, ଉଚ୍ଚକୋଟିର ଜ୍ୟୋତିର୍ବିତ ଓ ନିରପେକ୍ଷ ସାମ୍ବାଦିକ ଭାବରେ ସୁନାମ ଅର୍ଜ୍ଜନ କରିଥିବା ବେଳେ ବୈଦିକ କର୍ମକାଣ୍ଡ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥିବାରୁ, ତାଙ୍କୁ ଏହି ସମ୍ମାନଜନକ ନୀଳଚକ୍ର ପ୍ରତିଭା ସମ୍ମାନ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଗଲା ବୋଲି ଅନୁଷ୍ଠାନ ର ଆବାହକ ଡଃ ସୁନାକର ବେହେରା ସୂଚନା ପ୍ରଦାନ କରିଅଛନ୍ତି |

Leave a Reply

Your email address will not be published. Required fields are marked *